ପ୍ରୋଜେକ୍ଟ ରକ୍ଷକ ନିମନ୍ତେ କର୍ମଶାଳା ଅନୁଷ୍ଠିତ

0
168

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୧/୧୧) : ଆଜି କାଶୀନଗର ବିଜୁ କଲ୍ୟାଣ ମଣ୍ଡପ ସଭା ଗୃହ ରେ ପ୍ରୋଜେକ୍ଟ ରକ୍ଷକ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଆଜି ର ଏହି ପ୍ରୋଜେକ୍ଟ ରକ୍ଷକ କାର୍ଯ୍ୟକ୍ରମ ରେ ମାଷ୍ଟର ଟ୍ରେନର ଡ୍. ରତିକାନ୍ତ ରଥ, କନିଷ୍ଠ ଏମ୍ ଭି ଆଇ ରାଜେଶ୍ କୁମାର ସେଠୀ, କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷୀକେଶ ଗୌଡ ଯୋଗ ଦେଇ ଉପସ୍ଥିତ ଯୁବକ ଓ ରେଡକ୍ରସ ଛାତ୍ର ମାନଙ୍କୁ ସଡ଼କ ଦୁର୍ଘଟଣା ସମୟ ରେ ନିଜକୁ ଜଣେ ରକ୍ଷକ ଭାବେ କି କି କାର୍ଯ୍ୟ କରାଯିବ ସେ ନେଇ ଆମକୁ ପ୍ରସ୍ତୁତ ରହିବାକୁ ହେବ ବୋଲି କୁହାଯାଇଛି । ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ଆହୁରି ଅଧିକ ଯୁବକ ଏହା ପ୍ରତି ଆକୃଷ୍ଟ ହେବା ଆବଶ୍ୟକ ବୋଲି କହିଛନ୍ତି ।