ବିଜେପି ବିଧାୟକ ପାର୍ଥି କାଳୁଚରଣ ଖଣ୍ଡେଇତରାୟ ପଞ୍ଚାୟତ ନିର୍ବାଚନ ପାଇଁ ନିଜ କର୍ମିଙ୍କୁ ଆହ୍ଵାନ

0
142

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର/ଖୋର୍ଦ୍ଧା,(୨୧/୧୧) : ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତ ଥର ର ଖୋର୍ଦ୍ଧା ବିଜେପି ବିଧାୟକ ପାର୍ଥି କାଳୁଚରଣ ଖଣ୍ଡେଇତରାୟ ପଞ୍ଚାୟତ ନିର୍ବାଚନ ପାଇଁ ନିଜର କର୍ମିମାନଙ୍କୁ ଆହ୍ଵାନ ଦେଇଛନ୍ତି ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଥିପାଇଁ ପୂର୍ଣ୍ଣମାତ୍ରାରେ ସହଯୋଗ କରି ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ପାଇଁ କହିଛନ୍ତି । ଏଥି ପାଇଁ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ (ମଳିପଡା) ଠାରେ ନିଜର ରଣନୀତି ଆରମ୍ଭ କରିଛନ୍ତି ବିଜେପି ବିଧାୟକ ପାର୍ଥି କାଳୁଚରଣ ଖଣ୍ଡେଇତରାୟ । ଏଥି ସହିତ କୋୖଣସି ମିଥ୍ୟା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସମସ୍ତ କର୍ମିମାନଙ୍କୁ ଅନୁରୋଧ କରି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେ ପୋଷ୍ଟ୍ କରିଛନ୍ତି ।

କାଳୁ ଖଣ୍ଡେଇତରାୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଉଛନ୍ତି ବୋଲି ଏବେ କିଛିଦିନ ହେଲା ଖୋର୍ଦ୍ଧା ଅଞ୍ଚଳରେ ଏକ ଚର୍ଚ୍ଚା ଜୋର୍ ଧରିଥିଲା । ସେହି ଚର୍ଚ୍ଚାକୁ ଖଣ୍ଡନ କରି ତାହା କେବଳ ଏକ ଗୁଜବ ବୋଲି ଜଣାଇବା ପାଇଁ କାଳୁ ଖଣ୍ଡେଇତରାୟ ଏପରି ପୋଷ୍ଟ୍ କରିଥିବା ଜଣାପଡ଼ିଛି ।