ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

0
154

ରିପୋର୍ଟ : ଏନ. ସନ୍ତୋଷ କୁମାର
ବୈପାରୀଗୁଡା,(୨୧/୧୧) : ବୈପାରୀଗୁଡା ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଭଜନ ମଣ୍ଡଳୀ ଆବାହକ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମ ରେ ଜୟପୁର ସମିତି ର ପ୍ରମୁଖ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ବୈପାରୀଗୁଡା ଭଜନ ମଣ୍ଡଳୀ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆୟୋଜିତ ଏହି ରକ୍ତଦାନ ଶିବିର ରେ ୨୮ ଜଣ ସତ୍ୟସାଇ ସଂଗଠନ ର କର୍ମକର୍ତ୍ତା ରକ୍ତ ଦାନ କରିଥିଲେ । ପୂର୍ବରୁ ସତ୍ୟ ସାଇ ଭଜନ ମଣ୍ଡଳୀ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ହେଲେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟାଜିତ କରି ଜନସାଧାରଣ ଙ୍କ ପ୍ରଶଂସା ର ପାତ୍ର ପାଲଟିଛନ୍ତି l