-5.7 C
Innichen
Saturday, January 22, 2022

ଅବକାରୀ ବିଭାଗ ର ଚଢ଼ାଉ ୬୨ କେଜି ଗଞ୍ଜେଇ ଜବତ, ୧ ଗିରଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୨୧/୧୧) : ବିନିକା – ସୋନପୁର ମୂଖ୍ୟରାସ୍ତା ର କର୍ତ୍ତଙ୍ଗ ଛକରେ ଅବକାରୀ ବିଭାଗ ର ଚଢ଼ାଉ ରେ ଗାଡ଼ି ସହ ୬୨ କେଜି ଗଞ୍ଜେଇ ଜବତ ଓ ଡ୍ରାଇଭର କୁ ଗିରଫ କରି କୋଟ ଚାଲାଣ କରାଯାଇଥିବା ଜଣାପଡିଛି |

ଘଟଣା ରୁ ପ୍ରକାଶ ଯେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ର ଆରକ୍ଷୀ ଅଧିକ୍ଷକ ସାମୁଏଲ ଏକ୍କା ଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ବେହେରା ଙ୍କ ତତ୍ତ୍ଵାବଧାନରେ ଅବକାରୀ ଷ୍ଟାଫ ଗୋବର୍ଦ୍ଧନ ରଣା, ସୁଧୀର କୁମାର ମିଶ୍ର, କେଶବ ଧାରୁଆ, ପ୍ରଶାନ୍ତ କୁମାର ପରିଡ଼ା, ପୃଥିୀରାଜ କୁଁଅର, ପିଣ୍ଟୁ ସାହୁ, ମମତା ବାଗ ପ୍ରମୁଖ ବିନିକା ମୁଖ୍ୟରାସ୍ତାର କର୍ତ୍ତଙ୍ଗ ଛଜ ନିକଟରେ ଲୁଚି ରହିଥିଲେ । ଠିକ ସେହି ସମୟରେ ଏକ ବୋଲେରୋ ନମ୍ବର ସିଜି-୦୭ ୮୯୨୯ ଆସୁଥିବା ବେଳେ ହଠାତ ଉକ୍ତ ବୋଲେରୋ ଗାଡ଼ିକୁ ଅବକାରୀ ଷ୍ଟାଫ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଗାଡି ରୁ ୬୨ କେଜି ଗଞ୍ଜେଇ ବାହାରିଥିଲା ।

ଡ୍ରାଇଭର ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବହିରା ଗ୍ରାମର ସଞ୍ଜିତ ବାଦି (୨୮) ଙ୍କୁ ଗିରଫ କରାଯାଇ ସୋନପୁର କୋର୍ଟ କୁ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନା ମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଯାଇଛି । ଚୋରା ଚାଲାଣ ରେ ବ୍ୟବହୃତ ଗାଡ଼ି ଓ ଗଞ୍ଜେଇ କୁ ଜବତ କରାଯାଇଛି ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles