ଜିଲ୍ଲାର କରୋନା ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

0
165

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୨/୧୧) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କରୋନା ପରିଚାଳନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଜିଲ୍ଲାର କରୋନା ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ରେ ଲୋକମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖ୍ ଯାତ୍ରା ଡ୍ରାମା, ବିଭିନ୍ନ ଉତ୍ସବ ଆୟୋଜନକୁ ସରକାର ଅନୁମତି ଦେଇଛନ୍ତି । ଖୋଲା ପଡିଆ ଯାତ୍ରାରେ ୨୦୦୦ ଦର୍ଶକଙ୍କୁ ଅନୁମତି ଦିଆଯାଇଥିବା ବେଳେ, ଆବଦ୍ଧ କ୍ଷେତ୍ରରେ ଯାତ୍ରା ନିମନ୍ତେ ବସିବାକୁ ଥିବା ସିଟ ସଂଖ୍ୟାର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ କୋଭିଡ ପ୍ରୋଟୋକଲ ମଧ୍ୟରେ ଆୟୋଜନ କରିବାକୁ ଅନୁମତି ଦିଆଯିବ । ବିବାହ ଉତ୍ସବ ଆଦିରେ ମାଇକ ସାଉଣ୍ଡ ବ୍ୟବହାରକୁ ଅନୁମତି ଦିଆଯାଇଥିବା ବେଳେ ଡିଜେ ସାଉଣ୍ଡ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

ଜିଲ୍ଲାରେ ଡିସେମ୍ବର ମାସ ସୁଦ୍ଧା ଯେପରି ସମସ୍ତଙ୍କର ଟୀକାକରଣ ହୋଇପାରିବ ସେଥ୍‌ନିମନ୍ତେ ମାଇକ୍ରୋ ସ୍ନାନ କରି ଘରକୁ ଘର ଯାଇ ଟୀକାକରଣରୁ ବାଦ ପଡିଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ଶଯ୍ୟାଶାୟୀ ରୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଟୀକାଦାନର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କହିଥିଲେ କୋଭିଡ ସଂକ୍ରମଣ ଠାରୁ ଦୂରେଇ ରହିବାକୁ ମାଇକ ଯୋଗେ ଜନସାଧାରଣଙ୍କୁ ପୂର୍ବପରି ସଚେତନ କରାଯିବା ସହିତ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଯାଞ୍ଚ ପ୍ରକ୍ରିୟା ଜାରି ରଖିବାକୁ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ec823aa5 be16 41f7 865d 18bc5b74989f ଜିଲ୍ଲାର କରୋନା ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧୂକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ଯୋଗାଇ ଦେବା ସହିତ ଚିକିତ୍ସା ନିମନ୍ତେ ଏହାର ଉପାଦେୟତା, କାର୍ଯ୍ୟକାରିତା ସମ୍ପର୍କରେ ସେମାନଙ୍କୁ ଅବଗତ ଓ ସଚେତନ କରିବାକୁ ଉପଜିଲ୍ଲାପାଳ, ବିଡିଓ , ତହସିଲଦାର ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ଯୋଗ୍ୟ ହିତାଧ୍ଵକାରୀଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ କହିଛନ୍ତି । କୋଭିତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଉତ୍ତରାଧିକାରୀଙ୍କୁ ୫୦ ହାଜର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।

ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ସୁଜାତା ରାଣୀ ମିଶ୍ର ବୈଠକରେ ଅବଗତ କରାଇଥିଲେ । ଯେଉଁ ଗାଁ ଗୁଡିକରେ ଅଧିକ ଲୋକଙ୍କର ଟୀକାକରଣ ହୋଇପାରି ନାହିଁ, ସେଠାରେ ଶିବିର ଆୟୋଜନ କରିବା ସହିତ ଯାନିଯାତ୍ରା, ମେଳା, ମୀନବଜାର, ଉତ୍ସବ ଆଦି ସମୟରେ ମଧ୍ୟ ସ୍ବତନ୍ତ୍ର ଶିବିର ଆୟୋଜନ କରି ଟୀକାକରଣର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି ।

ଏହି ଭିଡିଓ କନଫେରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ, ଆପ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧ । ଛାୟା ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଓସଡମାର ଡି.ପି.ଓ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।