୭ କେଜି ଗଞ୍ଜେଇ ଚାଲାଣ କରିବା ଅଭିଯୋଗ ରେ ବାଇକ ସହ ଦୁଇ ଯୁବକ ଗିରଫ

0
143

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୩/୧୧) : ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଛି । ନିକଟସ୍ଥ ବିଭିନ୍ନ ପଡୋଶୀ ରାଜ୍ୟ ଗୁଡିକୁ ଚାଲାଣ କରାଯିବା ସହ ଅନେକ ବେଆଇନ ବ୍ୟବସାୟୀ ବେଶ ମୋଟା ଅଙ୍କ ରେ ଲାଭବାନ ହୋଇଆସୁଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଅଞ୍ଚଳରେ ଏକ ପଲସର ବାଇକ ଡିକି ରୁ ୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ଚାଲାଣ କାରି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି ।

ସୂଚନା କ୍ରମେ, ଗତ ସୋମବାର ଦିନ ଏକ ପଲ୍ସସର୍‌ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ପୋଲିସ ସୂଚନା ପାଇ ଚଢ଼ାଉ କରିଥିବା ବେଳେ ବାଇକ ଡିକିରୁ ୭ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

ଉକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦୁଇ ଜଣ ବରଗଡ ଜିଲ୍ଲା ବରପାଲି ଅଞ୍ଚଳର ଭୋଲା ନାଥ ବେହେରା ଓ ସୁଧୀର କୁମ୍ଭାର ବୋଲି ଜଣାପଡିଛି ।