ରାଜ୍ୟ ମହିଳା କମିଶନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

0
283

ରିପୋର୍ଟ : ସୁଶାନ୍ତ ବେହେରା

ରାଜ୍ୟରେ ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ମହିଳା ଆୟୋଗଙ୍କ ମୂଳ ଦାୟିତ୍ୱ

ବୌଦ୍ଧ,(୨୩/୧୧) : ବୌଦ୍ଧ ଟାଉନ ହଲ ଠାରେ ରାଜ୍ୟ ମହିଳା କମିଶନ ଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 11 24 at 11.04.08 AM ରାଜ୍ୟ ମହିଳା କମିଶନ ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ ବେହେରା,ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳୀ ମହାନ୍ତି,ଜଲିନା ପ୍ରିୟଦର୍ଶିନୀ, ଅତିରିକ୍ତ ଏସପି ବିଜୟା ବରୁଆ, ମୁଖ୍ୟ ଅତିଥି ଭାବରେ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା, ପାରିବାରିକ ହିଂସା, ଯୌତୁକ ନିରୋଧ ଆଇନ, ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା, ଏତାଲା ଦାଖଲ ସହିତ ମହିଳାମାନଙ୍କୁ ସମାଜ ର ମୁଖ୍ୟସ୍ରୋତ ରେ ସାମିଲ କରିବାକୁ ଆହ୍ୱାନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଲୋକକଳା ବିକାଶ କେନ୍ଦ୍ରର ସମ୍ପାଦିକା ପୁଷ୍ପିତା ପ୍ରଧାନ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ସୁଶ୍ରୀ ତପସ୍ୱିନୀ କହଁର ସାଧନ କର୍ମୀ ଭାବରେ ଯୋଗ ଦେଇ ମହିଳାମାନଙ୍କ ସମସ୍ୟା ଓ ପୋଲିସ ଭୂମିକା ଉପରେ ଆଲୋକପାତ କରିଥିଲେ । କମିଶନର ଶ୍ରୀମତୀ ବେହେରା ଘରୋଇ ହିଂସା ଆଇନ ଓ ଯୌତୁକ ନିର୍ଯ୍ୟାତନା ଆଇନ ଉପରେ ଆଲୋକପାତ କରିଥିଲେ । ସୁଶ୍ରୀ ସ୍ନେହାଞ୍ଜଳୀ ମହାନ୍ତି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟସ୍ଥଳରେ ହେଉଥିବା ଯୌନ ଶୋଷଣ ଓ ପସ୍କୋ ଆଇନ ଉପରେ ଆଲୋଚନା କରିଥିଲେ ।

ସୁଶ୍ରୀ ଜଲିନା ପ୍ରିୟଦର୍ଶିନୀ ନିର୍ଯ୍ୟାତନା ର କ୍ଷତିପୂରଣ ଓ ଅନୈତିକ ମଣିଷ ଚାଲାଣ ଆଇନ ଉପରେ ଅବଗତ କରାଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ସିଡିପିଓ ମିନତୀ ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲା ବାଲ୍ୟ ବିବାହ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାଶ ସମ୍ବର୍ଦ୍ଧନାପତ୍ର ପାଠ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୋଭିଡ ଯୋଦ୍ଧା ଭାବରେ କାର୍ଯ୍ୟ କରିଥିବା ଆଶାକର୍ମୀ ପ୍ରତିମା ପ୍ରଧାନ ମୁଣ୍ଡିପଦର, ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର, ଅଙ୍ଗନବାଡି କର୍ମୀ ସବିତା ସୁନ୍ଦରୀ ପ୍ରଧାନ ଡିମିରିଖୋଲ, ଡା.ଶୁଭଲକ୍ଷ୍ମୀ କିଷାନ ମେଡିକାଲ ଅଫିସର ଘଣ୍ଟାପଡା ସ୍ୱାସ୍ଥ୍ୟ କେନ୍ଦ୍ର, ହରଭଙ୍ଗା ବ୍ଲକ ସାନବଙ୍କାପଡା ର ଆସ୍ଥା ସ୍ୱୟଂ ସହାୟିକା ଗୋଷ୍ଠୀ, କଣ୍ଟାମାଳ ବ୍ଳକ କୁଲତାଜୋର ପଞ୍ଚାୟତ ର ସରପଞ୍ଚ ପଦ୍ମାବତୀ ରଣା, ସାମାଜିକ ପରାମର୍ଶଦାତ୍ରୀ ଭାବରେ ଲୋକକଳା ବିକାଶ କେନ୍ଦ୍ର ସରସରା ର ସମ୍ପାଦିକ ପୁଷ୍ପିତା ପ୍ରଧାନ, ମହିଳା ଆଇନଜିବୀ ଅଙ୍କିତା ଶତପଥୀ, ପ୍ରୋଟେକସନ ଅଧିକାରୀ ଶର୍ମିଷ୍ଠା ହୋତା, ସକ୍ଷୀ ସେଣ୍ଟର ପ୍ରଶାସିକା ତଥା ଆଇଜନଜିବୀ ତଦାଶା ମାଝି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ମମତା ଡିପିସି ଆଶିଷ ମହାନ୍ତି, ଡିିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର, ଉପବିଭାଗ ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମିଶନ ଶକ୍ତି ସସ୍ମିତା ବେହେରା, ଜିଲ୍ଲା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୋମନାଥ ଥନାପତି କାର୍ଯ୍ୟକ୍ରମ କୁ ସୂଚାରୁରୂପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ,ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ, ଏସଆଇ ସାଗରୀକା ପ୍ରଧାନ, କଣ୍ଟାମାଳ ରେଞ୍ଜ ଅଧିକାରୀ କ୍ଷିରାବ୍ଧୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିିତ ଥିବାବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ଅଙ୍ଗନବାଡି କର୍ମୀ, ମହାବିଦ୍ୟାଳୟର ଛାତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ, ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀବୃନ୍ଦ, ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ସ୍ୱଧାରଗୃହ ଏବଂ ୱାନଷ୍ଟପ ସେଣ୍ଟର ର ସମସ୍ତ କର୍ମଚାରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଏହି କାର୍ଯ୍ୟକ୍ରମ ପରେ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟା ମାନେ ବୌଦ୍ଧ ଜିଲ୍ଲା ର ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିବା ସହ ସଂଗୃହିତ ସାମଗ୍ରୀ ସବୁ ଦେଖି ଜିଲ୍ଲାପାଳ ଙ୍କ ଏହି ଉଦ୍ୟମ କୁ ପ୍ରଶଂସା କରିଥିଲେ |