ଦୁଷ୍କର୍ମ ପିଡିତା ନାବାଳିକା ଓ ମାଆ ହାଇକୋର୍ଟଙ୍କ ନିକଟରେ ଭିଡିଓ କନ୍ଫରେନ୍ସି ଜରିଆରେ ରଖିବେ ନିଜ ପକ୍ଷ

0
311

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୫/୧୧) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଭିନ୍ନକ୍ଷମ ପୁଅ କୁ ଭର୍ତ୍ତି କରି ଥିବା ବେଳେ ନିଜ ଭିନ୍ନକ୍ଷମ ୧୪ ବର୍ଷୀୟା ନାବାଳିକା କୁ ଦୁଷ୍କର୍ମ କରିବା ଘଟଣା ରେ ଓଡ଼ିଶା ନ୍ୟାୟାଳୟ ରେ ହାଜର ହୋଇ ଦୁଷ୍କର୍ମ ପିଡିତା ନାବାଳିକା ଓ ମାଆ ନିଜ ପକ୍ଷ ରଖିବା କୁ ନୋଟିସ ଜାରି କରାଯାଇଥିଲା ।126f5108 d2d0 45d4 a81b 94f5610b544b ଦୁଷ୍କର୍ମ ପିଡିତା ନାବାଳିକା ଓ ମାଆ ହାଇକୋର୍ଟଙ୍କ ନିକଟରେ ଭିଡିଓ କନ୍ଫରେନ୍ସି ଜରିଆରେ ରଖିବେ ନିଜ ପକ୍ଷ

ଅଭିଯୁକ୍ତ ମଦନ ଆଡ଼ଜୁଆଟ ଜେଲ ରେ ଥିବା ବେଳେ ଜାମିନ ଆବେଦନ କରିଥିବା ଓ ଦୁଷ୍କର୍ମ ପିଡିତା ନାବାଳିକା ହିମା(ବ-୧୪)(ଛଦ୍ମନାମ) ଓ ତାଙ୍କ ମାଆ ଦ୍ରୋପଦି ସୁନା ଙ୍କୁ ଦୁଇଟି ନୋଟିସ ପ୍ରଦାନ କରାଯାଇଛି । ପିଡିତା ହିମା ଙ୍କ ବର୍ତ୍ତମାନ ଏକ ପାଞ୍ଚ ମାସର କନ୍ୟା ସନ୍ତାନ ଥିବା ବେଳେ ସେ ଉକ୍ତ ସନ୍ତାନ ଓ ତାଙ୍କ ୧୧ ବର୍ଷୀୟ ସାନ ଭିନ୍ନକ୍ଷମ ଭାଇ କୁ ନେଇ କଟକ ଯିବାକୁ ଅସମର୍ଥ ଥିବା ନେଇ ଲିଖିତ ଆବେଦନ କରିଥିଲେ ।

ଏ ନେଇ ଟିଟିଲାଗଡ଼ ଥାନା ଅଧିକାରୀ ଆସନ୍ତା ୨୯-୧୧-୨୦୨୧ ରିଖ ଦିନ ଟିଟିଲାଗଡ଼ ଥାନା ରେ ହାଜର ହୋଇ ଭିଡିଓ କନ୍ଫରେନ୍ସି ଜରିଆରେ ନିଜ ପକ୍ଷ ରଖିବାକୁ ସମୟ ଧାର୍ଯ୍ୟ କରିଥିବା ଜଣା ଯାଇଛି । ଥାନା ଅଧିକାରୀ ରଞ୍ଜନ ବରିହା ତଥା ମହିଳା ଓ ଶିଶୁ ଡେସ୍କ ଅଧିକାରିଣୀ ମିଳିତ ଭାବେ ତାଙ୍କ ପକ୍ଷ ରଖିବା କୁ ନୋଟିସ ପ୍ରଦାନ କରିଛନ୍ତି । ଉକ୍ତ ଅଭିଯୁକ୍ତ ମଦନ ବିବାହିତ ଥିବା ଓ ଆହାର କେନ୍ଦ୍ର ରେ କାମ କରୁଥିବା ବେଳେ ଡାକ୍ତରଖାନା ରୋଗୀ ଙ୍କୁ ଖାଦ୍ୟ ଯୋଗାଣ କରିଆସୁଥିଲା ।

ରକ୍ତହୀନତା ରେ ପିଡିତା ହିମା ଙ୍କ ୧୧ ବର୍ଷୀୟ ସାନ ଭାଇ କୁ ପ୍ରତି ଦୁଇ ତିନି ମାସ ରେ ଥରେ ଡାକ୍ତର ଖାନା ରେ ଭର୍ତ୍ତି କରି ୧୫ ରୁ ୨୦ ଦିନ ରହିଆସୁଥିଲେ । ଉକ୍ତ ସମୟ ରେ ଶିଶୁ ବିଭାଗ ର ଉପର ମହଲା ରେ ନିଜ ଝିଅ ହିମା ଶୋଇବାକୁ ଏକୁଟିଆ ଯାଉଥିବା ସୁଯୋଗ ନେଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ସଂଖ୍ୟା ୨୫/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା ।