ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

0
157

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,(୨୭/୧୧) : ଆଜି ପୂର୍ବାହ୍ନ ୧୧ଟା ସମୟରେ କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ କଡରେ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ଉନ୍ମୋଚନ ହୋଇଯାଇଛି ।WhatsApp Image 2021 11 28 at 7.51.57 AM ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭାରତୀୟ ଜନତା ପାର୍ଟି ର ବିଶିଷ୍ଟ ନେତା ଶ୍ରୀ ଭୃଗୁ ବକ୍ସିପାତ୍ର ତଥା ବିଜୁ ଜନତା ଦଳର ନେତ୍ରୀ ସୁଶ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ପିତା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ କମ୍ୟୁନିଷ୍ଟ ଆନ୍ଦୋଳନର ମୂଳଦୁଆ ପକାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ କୋରାପୁଟ ବିଧାୟକ ଭାବେ ନିର୍ବାଚିତ ହୋଇ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।

ଆଜି ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଭିନ୍ନ ଭିନ୍ନ ରାଜନୀତିକ ଦଳର ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ସାଂସଦ ମାନେ ଗୋଟିଏ ମଞ୍ଚରେ ଏକାଠି ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ସ୍ୱର୍ଗତ ବକ୍ସିପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।

ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ମାନ୍ୟବର ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଶ୍ରୀମତି ମିନାକ୍ଷୀ ବାହିନୀପତି, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀଯୁକ୍ତ ଜୟରାମ ପାଙ୍ଗି, ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝି, ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ଜୟଦେବ ପରିଡା, ପୂର୍ବତନ ବିଧାୟକ ଶ୍ରୀ ଗୁପ୍ତପ୍ରସାଦ ଦାଶ, ବି. ଜେ. ଡି. ନେତା ଜଗଦୀଶ ପାତ୍ର, ନାରାୟଣ ପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ନିହାର ପଟ୍ଟନାୟକ, ବି.ଜେ.ଡି ନେତା ଶ୍ରୀ ରମାକାନ୍ତ ରାଉଳ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ମହାନ୍ ବିପ୍ଳବୀ ଜନନାୟକ ସ୍ୱର୍ଗତ ବକ୍ସିପାତ୍ରଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଅନୁରୋଧ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିଜୟ ମିଶ୍ର, ଦେବେନ୍ଦ୍ର ବାହିନୀପତି, ଚିତ୍ତରଞ୍ଜନ ଷଡଙ୍ଗୀ, ଲକ୍ଷ୍ମୀକାନ୍ତ ମିଶ୍ର, ଉମାଶଙ୍କର ମିଶ୍ର, ମନ୍ମଥ ମହାପାତ୍ର, ପ୍ରମୁଖଙ୍କ ସମେତ ମାଲକାନଗିରି, ଉମରକୋଟ, ନବରଙ୍ଗପୁର, ରାୟଗଡ଼ା, କାଶୀପୁର,କୋଟପାଡ, ଜୟପୁର, ବୋରିଗୁମ୍ମା ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ଶତାଧିକ ବକ୍ସିପାତ୍ର ପ୍ରେମୀ ଉପସ୍ଥିତ ଥିଲେ ।