ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ତରଫରୁ BDO ଙ୍କୁ ଦାବିପତ୍ର

0
230

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୧/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ତରଫରୁ ହରଭଙ୍ଗା BDO ଙ୍କୁ ଆଜି ଏକ ଦାବିପତ୍ର ଦିଆଯାଇଛି |

ସୂଚନା ମତେ ଆଞ୍ଚଳିକ ବ୍ଲକ କଳାକାର ଓ ସଂସ୍କୃତି ସଂଘ ର ପୂର୍ବତନ ସଦସ୍ୟ ଯଥା- ସହ ସମ୍ପାଦକ ସୁଶୀଲ ପ୍ରଧାନ, ସଂଗଠନ ସମ୍ପାଦକ ଆଦେଶ୍ୱର ଦେହୁରୀ, କୋଷାଧ୍ୟକ୍ଷ ମେଦିନୀ ଶ୍ୱର ମଲ୍ଲିକ, ସଦସ୍ୟ ବଂଶୀଧର ଯାନୀ ଓ ଗୁଲେଖ ନାୟକ ନାମକ ୫ ଜଣ ସଦସ୍ୟ ଙ୍କ ମନମୁଖୀ କାର୍ଯ୍ୟ ସଂଘ ବିରୋଧୀ ଓ ସଂଘ ର ନିୟମ ଭାଙ୍ଗ କରିଥିବାରୁ ସଂଘ ରୁ ଆଗାମୀ ୨ ବର୍ଷ ପାଇଁ ବହିଷ୍କାର କରିଛନ୍ତି |

ଏହି ୨ ବର୍ଷ ଭିତରେ ସଂଘ ବିରୋଧ ରେ ଯେମିତି କୌଣସି ନିମ୍ନ ଚିନ୍ତାଧାରା ଓ ଅପ୍ରୀତିକର ଘଟଣା ନ ଘଟାନ୍ତି ସେଥିପ୍ରତି ବୌଦ୍ଧ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ସକାଶେ ହରଭଙ୍ଗା BDO ସ୍ମିତା ରଥ ଙ୍କୁ ଅଭିଯୋଗ ସହିତ ଦାବିପତ୍ର ଦେଇଛନ୍ତି |