ବେଆଇନ ଦାଦନ ଚାଲାଣ ରୋକିବାରେ ସରକାର ଅସମର୍ଥ

0
368

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୨/୧୨) : ପାଟଣାଗଡ଼ ଉପଖଣ୍ଡ ଦାଦନ ପ୍ରବଣ ହୋଇଥିବା ବେଳେ ସବୁ ସମୟରେ ବେଆଇନ ଦାଦନ ଚାଲାଣ ହେଉଥିବା ନଜିର ରହି ଆସୁଛି । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସରକାର ରୋକ୍ ଲଗାଇବା ପାଇଁ ଚେଷ୍ଟା ଚଳାଇ ଥିଲେ ସୁଦ୍ଧା ରୋକିବାରେ ଅସମର୍ଥ ହେଉଛନ୍ତି ।

ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାଲିଖମାର ପଞ୍ଚାୟତ ପତ୍ରାପାଲି ଗାଁ ର ଗୌରାଙ୍ଗ ମାହାରଙ୍କ କ୍ଷେତରେ ବେଆଇନ ଦାଦନ ଚାଲାଣ କରିବା ପାଇଁ ଦାଦନ ଶ୍ରମିକ ରଖାଯାଇଥିଲା । ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ୧୭ ଜଣ ପୁରୁଷ ଓ ୭ ଜଣ ମହିଳା ଏବଂ ୩ ଜଣ ଶିଶୁ କୁ ଉଦ୍ଧାର କରି ଜଣକୁ ଗିରଫ କରିଥିଲେ । ଥାନାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ମହିଳା ଅଧିକାରୀ ଦୀପ୍ତିମୟୀ ଶତପଥୀ ସୂଚନା ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ବେଲପଡା ଅଞ୍ଚଳରେ ବହୁ ଗୁଡ଼ିଏ ବିନା ଲାଇସେନ୍ସଧାରୀ ଦଲାଲ୍ ମାନଙ୍କୁ ଗିରଫ କରି ପାରୁନାହାନ୍ତି କାହିଁକି ? ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଗିରଫ ଦାଦନ ଦଲାଲ୍ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ମଧ୍ୟ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଦାଦନ ଦଲାଲ୍ ମାନଙ୍କ ଠାରୁ ବେଲପଡା ଥାନା ମୂଲ୍ୟାଙ୍କନ ପଠାଇଥିବା ମଧ୍ୟ ଅଭିଯୋଗ ଆସୁଛି । ଯଦିଓ ଠିକ୍ ସମୟରେ ଦଲାଲ୍ ମାନେ ଫିକ୍ସ ମୂଲ୍ୟାଙ୍କନ ନ ପଠାନ୍ତି ତାହେଲେ ତାଙ୍କୁ ଟାର୍ଗେଟ କରି ଧରାଯାଏ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଜିଲ୍ଲା ଶ୍ରମଅଧିକାରୀଙ୍କୁ ଯୋଗଯୋଗ ସତ୍ୱେ ଯୋଗାଯୋଗ ହୋଇପାରି ନାହିଁ ।