ସଡକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ : ଟ୍ରକ ଘଟଣା ସ୍ଥଳରୁ ଫେରାର

0
189

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୯/୦୭) : ଆଜି ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ କାଇମାଟି ଠାରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି |

କିଛି ବ୍ୟକ୍ତି ଏକ ରିସେପସନ ପାର୍ଟି ପାଇଁ କେନ୍ଦୁଝର ରୁ ଅନୁଗୁଳ ଅଭିମୁଖେ ବୋଲେରୋ ଯାଉଥିବା ସମୟରେ ଏହି ଦୁର୍ଘଟଣା ଟି ଘଟିଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକ ସାଇଡ ମାରିବାରୁ ବୋଲେରୋ ଡ୍ରାଇଭର ସମସ୍ତଙ୍କୁ ବଞ୍ଚାଇବାକୁ ଯାଇ ସାଇଡ କରୁଥିବା ସମୟରେ ଖଜୁରୀ ଗଛରେ ପିଟି ହୋଇଯାଇଥିଲା । ଆଜି ଦିନ ପ୍ରାୟ ୧୨:୨୦ ସମୟରେ ଏହି ସଡକ ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗାଡ଼ି ରେ ଥିବା ଡ୍ରାଇଭର ବବିର ସାହୁ (୩୫) ଙ୍କର ଓ ଅଙ୍କିତା ରାଉତ(୧୮)ଙ୍କର ହାତ ଭାଙ୍ଗିଥିବା ବେଳେ , ଅନ୍ୟ ମାନେ ଆହତ ହୋଇଛନ୍ତି ।

ଆହତ ମାନଙ୍କ ମଧ୍ୟରେ ଗାୟତ୍ରୀ ଚକ୍ର, ସୁଜିତ ଚକ୍ର, ଶୋଭନ ରାଉତ, କମଳ ରାଉତ । ଟ୍ରକ ଟି ସାଇଡ ମାରିଦେଇ ଘଟଣା ସ୍ଥଳରୁ ଫେରାର ଅଛି । କପିଳାସ ଓ ଜୋରନ୍ଦା କୁ ଯୋଗକରୁଥିବା ଢେଙ୍କାନାଳର ମୁଖ୍ୟ ରାସ୍ତା ରେ (କାଇମାଟି ପାଖେ )ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।