ବେଆଇନ ଭାବେ ଜବର ଦଖଲ ଉଚ୍ଛେଦ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ

0
211

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୩/୧୨) : ସହର ର ବେଆଇନ ଭାବେ ଜବର ଦଖଲ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସହର ର ଚାରିଟି ପଡା ରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ, ଲୋକଙ୍କୁ ସ୍ଥାନାରଣ ନ କରାଯାଇ ପ୍ରଥମେ ଘରକୁ ଭଙ୍ଗା ଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ଜମି ପତ୍ର ବଣ୍ଟନ କରାଯାଉଛି ।

ଏ ବେଆଇନ ଭାବେ ନେଇ ଜବର ଦଖଲ ଉଚ୍ଛେଦ ହୋଇଥିବା ପଡା ବାସିନ୍ଦା ସହ ଇନ୍ଦିରାନଗର ପଡା ରୁ ଶତାଧିକ ମହିଳା ବଲାଙ୍ଗୀର ପୌରପାଳିକା ଅଭିମୁଖେ ବାହାରି ଥିଲେ । ବଲାଙ୍ଗୀର ପୌରପାଳିକା କୁ ଘେରାଉ କରିଥିଲେ ଓ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଯୋଉଁ ସ୍ଥାନରେ ଘର ଅଛି ସେହି ସ୍ଥାନର ପଟ୍ଟା ଦିଆଯାଉ ବୋଲି ଦାବି କରିଥିଲେ । ଏନେଇ ଏଡିଏମ ଙ୍କ ସହିତ କେତେକ ମୁଖ୍ୟ ଲୋକ ଆଲୋଚନା କରିଥିଲେ । ସନ୍ତୋଷ ଜନକ ଉତ୍ତର ପାଇବା ପରେ ଧାରଣା ରୁ ଓହରି ଯାଇଥିଲେ ।