ଗାଁ ସାଥି ଭାଇ ମାନଙ୍କ ବିଷମ କଟକ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ

0
160

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ,(୩/୧୨) : ଗାଁ ସାଥି ଭାଇ ମାନଙ୍କ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମାଁ ମାର୍କମା ମନ୍ଦିର ପ୍ରାଙ୍ଗଣ ରୁ ଆରମ୍ଭ ହୋଇ ଏକ ସ୍ୱତନ୍ତ୍ର ରାଲୀ କରି ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ ।

ବ୍ଲକ ଘେରାଉ କାର୍ଯ୍ୟକ୍ରମ ରେ ସମସ୍ତ ଗାଁ ସାଥି ଭାଇ ଓ ଭଉଣୀ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ କୁ ବ୍ଲକ୍ ସଭାପତି ନରତ୍ତମ ଉଲ୍ଲକା ଙ୍କ ନେତୃତ୍ୱରେ ବାଦଲ ରଣା, ଗଙ୍ଗା, ଦାଶରଥି କୁଟ୍ରୁକା, ଲଚ୍ଛିକା, ଅନିତା ପିଡିକାକା, ଦାମ ପ୍ରସକା, ଶିବରାମ, ଶପାଇ, ପ୍ରତୀମା ତୁଲ୍, ରାମ ଦାସ ଉଲ୍ଲକ, କମେଶ୍ୱର ଭାଟ, ଜଗନ୍ନାଥ କଣ୍ଡମକା, ବଳରାମ ଜାଲ,ଓ ସିଂଙ୍ଗନା କାଦ୍ରକା, ଲୁଦ୍ରୁରା, ପାର୍ବତୀ ଏଵଂ ନରତ୍ତମ ପାଢୀ ସହଯୋଗ କରିଥିଲେ ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । କିନ୍ତୁ ବଡ଼ ବାବୁ ଦାବୀ ପତ୍ର ଗ୍ରହଣ କରିଥିଲେ ।