ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୁଆଁ ମ୍ୟୁଟାଣ୍ଟ ଭାରତ ପାଇଁ ବିପଦ !

0
165

ରିପୋର୍ଟ : ଓଡିଶ ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୪/୧୨) : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୁଆଁ ମ୍ୟୁଟାଣ୍ଟ ଏବେ ଭାରତ ପାଇଁ ବିପଦ ବଢାଇଛି । କର୍ଣ୍ଣାଟକରେ ଦୁଇ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଆଲର୍ଟରେ ସରକାର । ଫଳରେ ବିଭିନ୍ନ ରାଜ୍ୟର ସରକାର କୋଭିଡ ଗାଇଡଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୁଆଁ ମ୍ୟୁଟାଣ୍ଟ ଭାରତରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ୩୦ ଜଣଙ୍କ ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ସେହିଭଳି ରାଜସ୍ଥାନ ଜୟପୁରରେ ଗୋଟିଏ ପରିବାରର ୯ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା । ପଜିଟିଭ ଚିହ୍ନଟ ସମସ୍ତ ୯ ଜଣଙ୍କୁ ରାଜସ୍ଥାନ ୟୁନିଭରସିଟି ଅଫ ହେଲଥ ସାଇନ୍ସରେ ଆଇସୋଲେସନ ରେ ରଖାଯାଇଛି ।

ସେହିଭଳି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଓମିକ୍ରନ ଭୂତାଣୁ ଜଣାପଡିବା ପରେ ୩୦ ବ୍ୟକ୍ତି ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପୁଣେ ଏବଂ ୧୬ ଜଣଙ୍କୁ କସ୍ତୁରବା ହସ୍ପିଟାଲରେ ହୋଇଥିବା ଲ୍ୟାବକୁ ପଠାଯାଇଛି । ଅଧିକାରୀ କହିଛନ୍ତି ଶୁକ୍ରବାର ସକାଳ ସୁଦ୍ଧା ୨,୮୨୧ ଯାତ୍ରୀ ହାଇ ରିସ୍କ ଦେଶରୁ ମମମ୍ୱାଇ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ରାଜ୍ୟରେ ଏଯାବତ୍ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି ।