ବାତ୍ୟା ପରବର୍ତ୍ତୀ ବର୍ଷା କୁ ନେଇ ଚିନ୍ତାରେ ଅଞ୍ଚଳବାସୀ

0
171

ରିପୋର୍ଟ : ରାକେଶ ମହାରଣା //
କୋଦଳା, (୦୬/୧୨) : ବାତ୍ୟା ଜୱାଦ ଗଞ୍ଜାମ ଜିଲ୍ଲା ରୁ ଚାଲିଯାଇଛି ସତ l ଏହାର ପ୍ରଭାବରେ ପବନ ର ବେଗ ଗଞ୍ଜାମ ରେ ସେମିତି କୌଣସି ପ୍ରଭାବ ନଥିବା ବେଳେ ବାତ୍ୟା ପରବର୍ତ୍ତୀ ବର୍ଷା ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଛି lrk3 ବାତ୍ୟା ପରବର୍ତ୍ତୀ ବର୍ଷା କୁ ନେଇ ଚିନ୍ତାରେ ଅଞ୍ଚଳବାସୀ

ବାତ୍ୟା ପରବର୍ତ୍ତୀ ବର୍ଷା ଜିଲ୍ଲା ର ବିଭିନ୍ନ ବ୍ଲକରେ ୭୦ ରୁ ୧୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସିରେ ୭୧ ମିଲିମିଟର ବର୍ଷା ହୋଇଥିବା ଆକଳନ କରିଛି ବିଭାଗ l ଯାହାରୀ ଫଳରେ ବିଭିନ୍ନ ଅଞ୍ଚଳରେ ଧାନ ବିଲରେ ବର୍ଷା ପାଣି ଜମି ରହିଛି ତ ଆଉ କେଉଁଠି ବର୍ଷା ପାଣିରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି l କୋଦଳା ଏନଏସି ର ୨ନଂ ୱାର୍ଡ ରେଞ୍ଜର ବଙ୍ଗଳା ସ୍ଥିତ ଏରୋଗୋଲା ବସ୍ତି କୁ ବର୍ଷା ଜଳ ରାସ୍ତାଉପରେ ପ୍ରଭାବିତ ହେବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି l