ଦାଶରଥି ଉଚ୍ଚ ବିଦ୍ୟାଳୟ ରେ ସ୍ୱଚ୍ଛ ଭାରତ ଅଭିଯାନ

0
147

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୭/୧୨) : ଆଜି ଢେଙ୍କାନାଳ ସହରର କଲେଜ ବାଏ ପାସ ନିକଟରେ ଥିବା ଡକ୍ଟର ଦାଶରଥି ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା ।

ଏଥି ନିମନ୍ତେ ଦାଶରଥି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ତଥା ପିଲାମାନେ ବିଦ୍ୟାଳୟ ଠାରୁ ଏକ ଅଭିଯାନ ଆରମ୍ଭ କରି କାଠଗଡ଼ା ପର୍ଯ୍ୟନ୍ତ ସ୍ୱଚ୍ଛତା ଉପରେ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏହାପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ତତ୍ୱବାଧାନରେ ସାନିଟାଇଜେସନ ଉପରେ ଏକ ଆଲୋଚନା ସଭା ଆୟୋଜିତ କରାଯାଇଥିଲା ।

ଉକ୍ତ ସଭାରେ ଛାତ୍ରୀ ଦେବସ୍ମିତା ନାଥ ଓ ଛାତ୍ର ଅଭିଜିତ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ପିଲାମାନେ କିଭଳି ସ୍ୱଚ୍ଛ ରହିବେ ଏବଂ ପରିବେଶ କୁ ପରିଷ୍କାର ପରିଚ୍ଛନ୍ନ ରଖିବେ ତାହା ଉପରେ ଗୁରୁତ୍ୱରୋପ ଦେଇଥିଲେ । ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ପରିଶେଷରେ ଶିକ୍ଷୟତ୍ରୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।