ମନମୁଣ୍ଡା ଅବକାରୀ ବିଭାଗ ଦ୍ୱାରା ୧୩୫.୧୨ ଏକର ରୁ ୬୭,୫୬୦ ଟି ଗଞ୍ଜେଇ ଗଛ ନଷ୍ଟ

0
129

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ,(୦୭/୧୨) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଅଧିନସ୍ଥ ଶଗଡା ପଞ୍ଚାୟତ ରେ ଅବକାରୀ ବିଭାଗ ଦ୍ୱାରା ୬୭,୫୬୦ ଟି ଗଞ୍ଜେଇ ଗଛ ଆଜି ପୋଡି ନଷ୍ଟ କରିଥିବାର ଜଣା ପଡିଛି |

ସୂଚନା ମତେ ବିଶେଷ ସୂତ୍ର ରୁ ଖବର ପାଇ ମନମୁଣ୍ଡା ଅବକାରୀ ବିଭାଗ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନସ୍ଥ ଶଗଡା ପଞ୍ଚାୟତ ର ସରାଗୁଡା, ଅଙ୍କୁନ, କିରମା ଖୋଲ ଅଞ୍ଚଳ ରେ ବେଆଇନ ଭାବେ ହେଉଥିବା ୧୩୫.୧୨ ଏକର ସରକାରୀ ଜାଗା ରୁ ୬୭,୫୬୦ ଟି ଗଞ୍ଜେଇ ଗଛ କୁ ପୋଡି ନଷ୍ଟ କରିଛନ୍ତି | ଏହି ପୋଡ଼ା ଯାଇଥିବା ଗଞ୍ଜେଇ ଗଛ ମାନଙ୍କ ଆକଳନ ମୂଲ୍ୟ ପ୍ରାୟ ୨,୦୨,୬୮,୦୦୦ ଟଙ୍କା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି | ଏହାକୁ ନେଇ ଅବକାରୀ ବିଭାଗ u/s-20(a)(i)NDPS ଆକ୍ଟ ରେ ୧୬୦ ନମ୍ବର କେସ ରୁଜୁ କରିଛି |