ବୁଲା ଗାଈ ଓ ଘୁଷୁରୀ ଙ୍କ ଚରା ଭୂଇଁ : କାଶୀନଗର ବସ ଷ୍ଟାଣ୍ଡ

0
209

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୧୨) : ଗତ କିଛି ଦିନ ହେଲା କାଶୀନଗର ସହର ମଧ୍ୟ ଭାଗ ରେ ଥିବା ବସ ଷ୍ଟାଣ୍ଡ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ଏକ ଭିନ୍ନ ପରିବେଶ ସୃଷ୍ଟି କରି ଜନସାଧାରଣ ଙ୍କ ପାଇଁ ବିପଦ ଆଣିଥିବା ଅଭିଯୋଗ ହୋଇଛି । ବୁଲା ଗାଈ ଓ ଘୁଷୁରୀ ଙ୍କ ଚରା ଭୂଇଁ ପାଲଟିଛି କାଶୀନଗର ବସ ଷ୍ଟାଣ୍ଡ

ଏହି ବସ ଷ୍ଟାଣ୍ଡ ରେ ଉଠା ଦୋକାନୀ ମାନେ କବଜା କରି ରହିବ ଯୋଗୁଁ ବସ ଷ୍ଟାଣ୍ଡ କୁ ବସ ମଧ୍ୟ ଆସୁନାହିଁ, କିଛି ବସ ଫରେଷ୍ଟ ଛକ ରେ ବୁଲାଇ ଦେବା ଓ କିଛି ବସ ପଟେଲ ରୋଡ ରେ ବୁଲାଇ ଦେବା ଫଳରେ ଯାତ୍ରୀ ମାନେ ନାନା ଅସୁବିଧା ଭୋଗୁଛନ୍ତି । ଏପଟ ବସ ଷ୍ଟାଣ୍ଡ ଠାରେ ଆବର୍ଜନା ପକାଇବା ବାକ୍ସ ସେଠାରେ ନ ରହିବା ଯୋଗୁଁ ଉଠା ଦୋକାନୀ ମାନେ ସେଠାରେ ଅଳିଆ, ହୋଟେଲ ବାଲା ତାଙ୍କ ଚା’ ଗିଲାସ , ଜରୀ, ମଦ ଦୋକାନ ତା’ର ବୋତଲ ଗିଲାସ ପକାଇ ଆବର୍ଜନା ସୃଷ୍ଟି କରୁଛନ୍ତି । ରାତ୍ରରେ ବୁଲା ଗାଈ ଓ ଘୁଷୁରୀ ଉପଦ୍ରବ ସୃଷ୍ଟି କରୁଛନ୍ତି । ଏଣୁ ଏହାର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

ଏଥି ପୂର୍ବରୁ ନିର୍ବାହୀ ଅଧିକାରୀ ନିୟମିତ ଦୈନିକ ବଜାର, ବସ ଷ୍ଟାଣ୍ଡ ଓ ୱାର୍ଡ ଗୁଡ଼ିକ ବୁଲୁଥିଲେ ଏବେ ଆଉ ସେ ବୁଲି ତଦାରଖ କରୁ ନ ଥିବା ଲୋକେ ଆଲୋଚନା କରୁଛନ୍ତି । ସେପଟ ବଡ ଷ୍ଟାଣ୍ଡ ରେ ଉଠା ପରିବା ଚାଷୀ ଓ ବେପାରୀ ନିଜ କ୍ଷେତ ରେ ଉତ୍ପାଦିତ ଫସଲ ଆଣି ବିକ୍ରି କରି ଚାଲି ଯାଉଥିଲେ, ଦିଶାହୀନ ଯୋଜନା କରି ସେମାନଙ୍କୁ ନଦୀ ଢେପ ରେ ବସିବା ବ୍ୟବସ୍ଥା କରାଗଲା ।

ଏହି ବେପାରୀ ମାନେ ସମସ୍ତେ ୱାର୍ଡ ନ ୭ ବ୍ରାହ୍ମଣ ସାହି ଦେଇ ଯିବା ଆସିବା କରିବା ଅଟୋ, ମୋଟର ସାଇକେଲ ନେବା ଦ୍ଵାରା ସାହି ଦେଇ ଛୋଟ ପିଲା ଓ ବୃଦ୍ଧ ଲୋକେ ନଦୀକୁ ଯାଇପାରୁ ନାହାଁନ୍ତି । ସେପଟେ ବାଲି ଶଗଡ଼ ଗୁଡ଼ିକ ମଧ୍ୟ ଟ୍ରାଫିକ ରେ ଅନ୍ତରାୟ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।