ବଢ଼ୁଛି ତପସ୍ୱିନୀ-ସୁମିତ୍‌ ଆତ୍ମୀୟତା : ଛାଡିବେ ଅତିଥି ଭବନ, ଖୋଜିଲେଣି ଭଡ଼ାଘର

0
167

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୦୯/୧୨) : ବଢ଼ୁଛି ତପସ୍ୱିନୀ-ସୁମିତ୍‌ ଆତ୍ମୀୟତା ! ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଛନ୍ତି ତପସ୍ୱିନୀ ଦାଶ ଓ ଡା. ସୁମିତ ସାହୁ । ସେଠାରେ ସପ୍ତାହେ ରହିବା ପରେ ଏବେ ଖୋଜୁଛନ୍ତି ସ୍ୱତନ୍ତ୍ର ଘର । କୋର୍ଟ ନିର୍ଦ୍ଦେଶରେ ଗତ ୨ ତାରିଖରୁ ଏହି ଦମ୍ପତି ଏକାଠି ରହିଛନ୍ତି ।

ସ୍ୱାମୀଙ୍କ ସହ ରହିବା ପାଇଁ ଦୀର୍ଘ ୧୧ ଦିନ ବ୍ରହ୍ମପୁର ବ୍ରହ୍ମାନଗର ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ । ଏହାପରେ କୋର୍ଟ ଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ଗୋଟିଏ କୋଠରିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସେମାନେ ୭ ଦିନ ହେଲା କେମିତି ରହୁଛନ୍ତି ଏବଂ ସେମାନଙ୍କ ସୁରକ୍ଷା କେମିତି ରହିଥିଲା ସମସ୍ତ ରିପୋର୍ଟ ୯ ତାରିଖରେ ଆସିକା ଥାନା ପୁଲିସ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ଦେବ । କିନ୍ତୁ ବର୍ତ୍ତମାନ ବଢ଼ୁଛି ତପସ୍ୱିନୀ-ସୁମିତ୍‌ ଆତ୍ମୀୟତା । ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ମଧ୍ୟ ୭ ଦିନ ର ରିପୋର୍ଟ ରେ କୋର୍ଟ ରେ ଦେବାକୁ ନିର୍ଦ୍ଦେଶ ହୋଇଛି ବୋଲି ତପସ୍ୱିନୀଙ୍କ ଓକିଲ ରଞ୍ଜନ ଉପାଧ୍ୟାୟ କହିଛନ୍ତି ।

ତେବେ ସୁମିତ୍‌ ଓ ତପସ୍ୱିନୀ ଏକାଠି ରହିବା ପରେ ସେମାନଙ୍କ ଭିତରେ ସୁସମ୍ପର୍କ ବଢ଼ୁଥିବା ଦେଖିବାକୁ ମିଳିଛି । ପ୍ରଥମେ ଦିନେ ଦୁଇ ଦିନ କିଛିଟା ଦୂରତା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେମାନେ ଏକାଠି ବୁଲିବା ସହ ପୁଲିସ ସହ ମିଶି ଘର ଖୋଜିଛନ୍ତି । ମଙ୍ଗଳବାର ପୁଲିସ ସହ ସ୍ୱାମୀ-ସ୍ତ୍ରୀ ଦୁହେଁ ଆସିକା ସହରରେ ବୁଲି ବୁଲି ଭଡ଼ା ଘର ଖୋଜିଥିଲେ । ପୂର୍ବରୁ ପୁଲିସ କିଛି ଘର ଦେଖି ରଖିଥିଲା । ସେହି ସବୁ ଘର ଦେଖିବା ପରେ କେଉଁଠି ରହିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଘର ଦେଖିବା ସମୟରେ ସେମାନେ କିଛି ଜାଗାରେ କିଛି ସାମଗ୍ରୀ କିଣାକିଣି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ତପସ୍ୱିନୀ ଦୀର୍ଘ ୧୦ ଦିନ ଧରି ତାଙ୍କ ଶ୍ୱଶୁର ଘର ବ୍ରହ୍ମପୁର ବ୍ରହ୍ମାନଗର ରେ ଦିନରାତି ଧାରଣାରେ ବସି ରହିଥିଲେ । ତାଙ୍କ ଓକିଲ ପ୍ରଥମେ ତାଙ୍କୁ ଶ୍ୱଶୁର ଘରେ ଏବଂ ସ୍ୱାମୀଙ୍କ ସାଙ୍ଗରେ ରହିବାକୁ ଅନ୍ତରୀଣ ଆଦେଶ କରିବାକୁ ପିଟିସନ୍‌ କରିଥିଲେ । ଏସ୍‌ଡିଜେଏମ୍‌ ପିଟିସନ୍‌କୁ ଗ୍ରହଣ କରି ତପସ୍ୱିନୀ ଓ ତାଙ୍କ ସ୍ୱାମୀ ଗୋଟିଏ ଛାତ ତଳେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତର ସୁମିତ ବାଲିସିରା ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବାରୁ ଆସିକାରେ ଘର ଭଡ଼ା ନେଇ ରହିବାକୁ ଏକ ଅନ୍ତରୀଣ ଆଦେଶ କରିଥିଲେ କୋର୍ଟ ।

କିନ୍ତୁ ତପସ୍ୱିନୀଙ୍କ ପକ୍ଷରୁ ଆଉ ଏକ ପିଟିସନ୍‌ ହୋଇଥିଲା । ସେ ସବୁଦିନ ପାଇଁ ତାଙ୍କ ଶ୍ୱଶୁର ଘରେ ରହିବାକୁ ଚାହୁଁଥିବା କୋର୍ଟକୁ ଜଣାଇଥିଲେ । ଏହି ପିଟିସନ୍‌ରେ ତାଙ୍କ ସ୍ୱାମୀଙ୍କୁ କାଉଣ୍ଟର ଦେବାକୁ କୋର୍ଟ ଆଦେଶ ରହିଥିବା କହିଛନ୍ତି ତପସ୍ୱିନୀଙ୍କ ଓକିଲ ରଞ୍ଜନ ଉପାଧ୍ୟାୟ । ପୁଲିସ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଏବଂ ସୁମିତ୍‌ଙ୍କ ପକ୍ଷରୁ କାଉଣ୍ଟର ପିଟିସନ୍‌ ପରେ କୋର୍ଟ କ’ଣ ଆଦେଶ ଦେବେ ଗୁରୁବାର ଜଣାପଡିବ ।