ଅବହେଳିତ ଅବସ୍ଥା ରେ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି

0
147

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୧୧/୧୨) : ଅବହେଳିତ ଅବସ୍ଥା ରେ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ରେ ତତ୍କାଳୀନ ବିଷମକଟକ ବିଧାୟକ ଡମ୍ବୁରୁଧର ଉଲାକା, ପଞ୍ଚାୟତ ସମିତି ଅଧ୍ୟକ୍ଷ କୁରଞ୍ଜି ଉଲାକା, ଉପାଧ୍ୟକ୍ଷ ଦିଲୀପ କୁମାର ପଟନାୟକ ଏବଂ ଚାଟିକଣା ର ସରପଞ୍ଚ ଜୟନ୍ତୀ ମିଶ୍ର ପ୍ରମୁଖ ଙ୍କ ଉପସ୍ଥିତି ରେ ଭାରତରତ୍ନ ତଥା ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ ଅନାବରଣ କରିଥିଲେ ।

୧୯/୧୧/୧୯୯୮ ର ଏହି ପ୍ରତିମୂର୍ତ୍ତି ଏବେ ଅବହେଳିତ ଅବସ୍ଥା ରେ ଥିବା ବେଳେ ଏବେ ନା ଅଛି ଜିଲ୍ଲା କିମ୍ବା ବ୍ଲକ ପ୍ରସାସନ ର ଆନ୍ତରିକତା ନା ଅଛି ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ଆନ୍ତରିକତା । ଏପରି ଘଟଣା ଦେଖିବାକୁ ମିଳିଛି ବିଷମ କଟକ ବ୍ଲକ ଚାଟିକଣା ଗ୍ରାମ ର ମୁଖ୍ୟ ରାସ୍ତାରେ । ଏହି ରାସ୍ତା ଦେଇ ପ୍ରତିଦିନ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ଯାତାୟତ କରୁଥିଲେ ମଧ୍ୟ କାହାରି ଏହି ମୂର୍ତ୍ତି ଉପରେ ଦୃଷ୍ଟି ପଢୁ ନ ଥିବା ଅଭିଯୋଗ କରିଛନ୍ତି କେତେକ ବୁଦ୍ଧିଜୀବୀ ।

ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ କୈଣସି କାର୍ଯ୍ୟ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ମାନେ । ତେଣୁ ଖୁବ ଶୀଘ୍ର ଏହି ଭଗ୍ନ ପ୍ରତିମୂର୍ତ୍ତି ର ରକ୍ଷଣା ବେକ୍ଷଣା ଆଗାମୀ ପଞ୍ଚାୟତ ନିର୍ବାଚନ ଭିତରେ ଏହାର ମରାମତି କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।