ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଲକ୍ ଅନୁଗୁରୁ ଗ୍ରାମ ନିକଟ ରେ ୧୦୧ ଏକର ଗଞ୍ଜେଇ ଚାଷ ନଷ୍ଟ

0
154

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୧୨) : ଗଜପତି ଜିଲ୍ଲା ଅନ୍ତର୍ଗତ ଆର୍. ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ ବ୍ଲକ୍ ର ଅନୁଗୁରୁ ଗ୍ରାମ ନିକଟରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ କୁ ଆର୍. ଉଦୟଗିରି ପୋଲିସ, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗ ଦ୍ୱାରା ମିଳିତ ଭାବରେ ଚଢ଼ାଉ କରି ନଷ୍ଟ କରାଯାଇଛି ।

ପ୍ରକାଶ ଥାଉ କି ଗଜପତି ଜିଲ୍ଲା ଅନ୍ତର୍ଗତ ଆର୍. ଉଦୟଗିରି ପୋଲିସ, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗ ର ମିଳିତ ଚଢ଼ାଉ ବଳରେ ଅନୁଗୁରୁ ଜଙ୍ଗଲ ମଧ୍ୟରେ ବେଆଇନ ଭାବରେ ଚାଷ କରାଯାଇଥିବା ୧୦୧ ଏକର ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି ଅନୁମାନ କରା ଯାଉଥିବା ସୂତ୍ରରୁ ଜଣାପଡିଛି । ଆର୍ ଉଦୟ ଗିରୀ ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣା ପଡ଼ିଛି ।