ଫସଲ ନଷ୍ଟ ନେଇ ଚାଷୀ ଆନ୍ଦୋଳନ : ୧୭ ରେ ତହସିଲ ଅଫିସ ଘେରାଉ

0
133

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୩/୧୨) : ଅନାବୃଷ୍ଟି, ଅଦିନିଆ ବର୍ଷା, ଶେଷରେ ବାତ୍ୟା ଜୱlଦ ରେ ହରଭଙ୍ଗା ବ୍ଲକ ରେ ଫସଲ ନଷ୍ଟ ନେଇ ଚାଷୀ ଆନ୍ଦୋଳନ ଓ ତହସିଲ ଅଫିସ ଘେରାଉ ଭାରତୀୟ କିଷାନ ସଂଘ, ଓଡିଶା ଆନୁକୂଲ୍ୟରେ ହେବାକୁ ଯାଉଛି |

ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ରେ ଚଳିତ ବର୍ଷ ସମ୍ପୂର୍ଣ୍ଣ ମାତ୍ରାରେ ଚାଷୀକୁଳ ର ମେରୁଦଣ୍ଡ ଭାଙ୍ଗି ପଡିଛି | ଚଳିତ ବର୍ଷ ଚାଷ ଆରମ୍ଭ ରୁ ଅନାବୃଷ୍ଟି ହେତୁ ବ୍ଲକ ରେ ୩୫ ରୁ ୪୦ ଭାଗ ଚାଷ ହୋଇଥିବା ବେଳେ, ଅମଳ ସମୟରେ ଅଦିନିଆ ବର୍ଷା ସାଙ୍ଗକୁ ବାତ୍ୟା ଜୱlଦ ର ପ୍ରଭାବ ରେ ଏହି ଚାଷ ହୋଇଥିବା ଫସଲ ସମ୍ପୂର୍ଣ୍ଣ ମାତ୍ରାରେ ନଷ୍ଟ ହୋଇଯାଇଛି | ଫସଲ ନଷ୍ଟ ନେଇ ଭାରତୀୟ କିଷାନ ସଂଘ, ଓଡିଶା ହରଭଙ୍ଗା ତହସିଲଦାର, କୃଷି ଅଫିସ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଫିସର ମାନଙ୍କ ନରମ ଅବହେଳା ଏହି ଅଞ୍ଚଳ ର ଚାଷୀ ବର୍ଗ ଙ୍କୁ ଚରମ ଦୁଃଖ ଦେଇଛି |

ଏଣୁ ଅଞ୍ଚଳ ବାସୀ ଚାଷୀକୁଳ ଆସନ୍ତା ୧୭/୧୨/୨୦୧୧ ରେ ଏକ ରାଲି ଶୋଭାଯାତ୍ରା ସ୍ଥାନୀୟ କାଠ କର୍ପୋରେସନ ଠାରୁ ବାହାରି ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ବୌଦ୍ଧ ଜିଲ୍ଲା କିଷାନ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି |