ଭାରତ ରେ ୪୭ ଲକ୍ଷ ରୁ ଉର୍ଦ୍ଧ୍ୱ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି : ଆମେରିକା

0
161

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୨୧/୦୭) : କରୋନାର ସମ୍ଭାବ୍ୟ ତୃତୀୟ ଲହର ବିପଦ ସହ ମୁକାବିଲା କରୁଛି ଭାରତ । ଏହାରି ଭିତରେ ଆମେରିକା ଏକ ରିପୋର୍ଟ ଜାରି କରିଛି । ଏ ପର୍ଯ୍ୟନ୍ତ ଭାରତରେ ୪୭ ଲକ୍ଷ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି ବୋଲି ଆମେରିକା ଏକ ସର୍ଭେ କରି କହିଛି ।

ଯଦିଓ ଭାରତ କହୁଛି ଯେ,ଏ ପର୍ଯ୍ୟନ୍ତ ୪ ଲକ୍ଷ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି । ଯାହାକି ଭାରତ ସରକାରଙ୍କ ରିପୋର୍ଟ ତୁଳନାରେ ୧୦ ଗୁଣା ଅଧିକ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୪,୧୪,୪୮୨ ଜଣଙ୍କର ମୃତ୍ୟୁ ଘଟିଛି, ଯାହା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଏଥି ସହିତ ଆମେରିକାରେ ୬୦,୯୦୦୦ ଏବଂ ବ୍ରାଜିଲରେ ୫୪, ୨୦୦୦ ମୃତ୍ୟୁ ଘଟିଛି ।

ଆମେରିକାର ସେଣ୍ଟର ଅଫ୍ ଗ୍ଲୋବାଲ୍ ଡେଭଲପମେଣ୍ଟର ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ କରୋନାରେ ସର୍ବାଧିକ ମୃତ୍ୟୁ ଆମେରିକାରେ ଘଟିଛି । ପୂର୍ବରୁ ଅନେକ ସଂସ୍ଥା ମଧ୍ୟ ଆମେରିକା କ୍ଷେତ୍ରରେ ସମାନ ଦାବି କରିଥିଲେ ।

ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ ଷ୍ଟଡି ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ସରକାରୀ ତଥ୍ୟ, ଅନ୍ତର୍ଜାତୀୟ ଆକଳନ, ସେରୋ ଲୋଜିକାଲ ରିପୋର୍ଟ ଏବଂ ଘରୋଇ ସର୍ଭେ ରହିଛି । ଏହି ରିପୋର୍ଟର ବିଶେଷତ୍ୱ ହେଉଛି ରିପୋର୍ଟକୁ ଲେଖିଥିବା ଲେଖକଙ୍କ ମଧ୍ୟରେ ମୋଦି ସରକାରର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କ ରହିଛନ୍ତି ।

ଗବେଷକ ମାନେ କହିଛନ୍ତି ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ଯଦି ପୁଙ୍ଖାନୁପୁଙ୍ଗ ଭାବରେ ଦେଖାଯିବ । ତେବେ ଭାରତ ସ୍ୱାଧୀନତା ହେବା ପରଠାରୁ ଏହା ଭାରତର ସବୁଠାରୁ ବଡ ଦୁଃଖଦ ଘଟଣା ।

ଏହି ଅଧ୍ୟୟନରେ କରୋନା ବେଳେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଏହାର ପୂର୍ବ ବର୍ଷର ମୃତ୍ୟୁ ରିପୋର୍ଟର ତଥ୍ୟକୁ ବିଶ୍ଳେଷଣ କରାଯାଇଛି । ଏହି ଗବେଷଣା ସଂସ୍ଥା ନିଜର ରିପୋର୍ଟ ଦାବି କରି କେନ୍ଦ୍ର ସରକାରଙ୍କ କୋଭିଡ ମୃତ୍ୟୁ ରିପୋର୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।