ଆଜି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳେ : ୬୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ

0
166

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୧/୦୭) : ଆଜି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ତଳେ ଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ଥିଲାବେଳେ ବାକି ୮୧୨ଟି ହେଉଛି ଲୋକାଲ୍ କେସ୍‌ ।

ଆଜି ରାଜ୍ୟରେ କରୋନାରେ ଆଉ ୬୯ ଜଣ ପ୍ରାଣ ହରାଇଥିବା ସରକାରଙ୍କ ତରଫରୁ ସୂଚନା ମିଳିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧୪ କୁ ବୃଦ୍ଧି ପାଇଛି ।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୫, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୨୭, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୭, ଦେବଗଡ଼ରୁ ୬, କଟକରୁ ୨୪୮, ଢେଙ୍କାନାଳରୁ ୭୫, ଗଜପତିରୁ ୪, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୨୩, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୪୯୮, କୋରାପୁଟରୁ ୮, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୯୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୫, ପୁରୀରୁ ୧୦୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୩୩, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୩୮, ଓ ଷ୍ଟେଟ ପୁଲରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୯,୫୯, ୯୮୬ରେ ପହଞ୍ଚିଥିବା ବେଳେ ୯,୩୫୦୦୭ ଜଣ ସୁସ୍ଥ ହୋଇ ସାରିଲେଣି । କିନ୍ତୁ ଏବେ ବି ରାଜ୍ୟରେ ୧୯, ୬୮୫ ଆକ୍ଟିଭ କେସ୍‌ ରହିଛି ।

ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ୬ ଜଣ, ବାଲେଶ୍ୱରରୁ ୩, ବରଗଡ଼ରୁ ୭, ଭଦ୍ରକରୁ ୨, ବୌଦ୍ଧରୁ ୨, ଗଞ୍ଜାମରୁ ୨, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୨, କୋରାପୁଟରୁ ୧, ନୟାଗଡ଼ରୁ ୨, ପୁରୀରୁ ୨, ସୋନପୁରରୁ ୧ ଓ ସୁନ୍ଦରଗଡ଼ରୁ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏଥିସହ ଅନୁଗୋଳରେ ସମୁଦାୟ ମୃତକଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ୧୬୨, ବରଗଡ଼ରେ ୨୬୧, ଭଦ୍ରକରେ ୬୨, ବୌଦ୍ଧରେ ୯୯, ଗଞ୍ଜାମରେ ୪୨୪, କେନ୍ଦ୍ରାପଡ଼ାରେ ୧୧୮, କେନ୍ଦୁଝରରେ ୧୦୦, ଖୋର୍ଦ୍ଧାରେ ୯୫୭, କୋରାପୁଟରେ ୬୯, ନୟାଗଡ଼ରେ ୧୪୧, ପୁରୀରେ ୩୧୨, ସୋନପୁରରେ ୪୬ ଓ ସୁନ୍ଦରଗଡ଼ରେ ୪୫୮ ଜଣ ଆକ୍ରାନ୍ତଙ୍କ ର କରୋନା ରେ ମୃତ୍ୟୁ ହୋଇ ସାରିଛି ।