ସାକୁସିଙ୍ଗା ମକର ମେଳା ଓ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

0
186

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୬/୧୨) : ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଅନ୍ତର୍ଗତ ସାକୁସିଙ୍ଗା କାଶିବିଶ୍ୱନାଥ ମନ୍ଦିର ରେ ମକର ସଂକ୍ରାନ୍ତି ମେଳା ଓ ଯଜ୍ଞ ପାଇଁ କମିଟିର ସଭାପତି ବାବୁଲା ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକରେ ସାକୁସିଙ୍ଗା, ଖରାଶୁଙ୍କୁଲେଇ, ତେନ୍ତୁଳି୍ପଦର, ପରମାନନ୍ଦପୁର, ଦୁର୍ଗାପୂର, ପଇସାବୁଟୁନି, ଧଳପୁର, ପ୍ରଭୃତି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇ ସର୍ବ ସନମତିକ୍ରମେ ତିନିଦିନ ଧରି ବିଶ୍ଵଶାନ୍ତି ମହାଯଂଜ୍ଞ ପାଳନ କରାଯିବ l ଏହି ବର୍ଷ କୁ ମିଶାଇ ୧୪ ବର୍ଷ ଧରିଚାଲୁଥିବା ଯଜ୍ଞ ଅବସରରେ ୧୦୮ କଳସ ସ୍ଥାପନ, ଭାଗବତ ବଣ୍ଟନ, ସାଧୁମେଳା, ବୃକ୍ଷ ରୋପଣ, ରୋଗୀସେବା, ନାମ ଯଜ୍ଞ, ଅଷ୍ଟ ପ୍ରହାର,ଗୋ ପୂଜା, ରାଷ୍ଟ୍ର ରକ୍ଷା ପାଇଁ ପ୍ରାର୍ଥନା, ଓ ଭାରତ ମାତାର ପୂଜା ଅର୍ଚନା କରାଯିବାର ନିଷ୍ପତି ନିଆଯାଇଛି |

ଏହି ପ୍ରସ୍ତୁତି ବୈଠକ ରେ ଯଜ୍ଞ ର ପ୍ରତିଷ୍ଠାତା ଜଗନ୍ନାଥ ଦଳର ମାର୍ଗ ଦର୍ଶକ ତଥା ସର୍ବ ଭାରତୀୟ ସାଧୁ ସମ୍ମିଳନୀ ର ସଂଗଠକ ସଭାପତି ମୁଖ୍ୟ ଅତିଥି, ଖଣ୍ଡ ଗିରି ବଳକି ମଠର ମହନ୍ତ କୃଷ୍ଣ ମହାରାଜ ମୁଖ୍ୟ ବକ୍ତା, ଭାବେ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ | କମିଟି ର ସମ୍ପାଦକ ଲଡ଼ୁକିଶ୍ୱର ଡାଙ୍ଗ, କୋଷାଧକ୍ଷ ଜ୍ଞାନ ସାହୁ, ଉପଦେଷ୍ଟା କମିଟି ର ଧ୍ରୁବ ଚରଣ ପାତ୍ର, ଧୋବେଇ ବାବା, ଶିଶିର ଭୋକ୍ତା, ପ୍ରମୋଦ ଗାଈଗୌରିଆ, ଅରୁଣ ବାରିକ, ରଂଜିତ ମହାକୁଡ଼, ଆଦି ସଭା ପରିଚାଳନା କରିଥିଲେ | ଶେଷରେ ଧଳପୁର ସରପଞ୍ଚ ପ୍ରଣୟ ବାରିକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ କରିଥିଲେ |