ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ଯୁବ ବ୍ୟବସାୟୀ

0
241

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୬/୧୨) : ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବାଉଁଶୁଣି ବଉଦିଆପଡ଼ା ଗ୍ରାମ ର ଯୁବ ବ୍ୟବସାୟୀ ଗୁଣନିଧି ମେହେର ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।bg ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ଯୁବ ବ୍ୟବସାୟୀ

ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରି ବାଉଁଶୁଣି ଅଞ୍ଚଳ ର ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରିବା ସହିତ ମିଠା ବଣ୍ଟନ କରିଛନ୍ତି । ମାର୍ଗଶିର ମାସ ଶେଷ ଗୁରୁବାର ସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ ଗୁଣନିଧି । ଆଜି ଠିକ୍ ସେହି ଦିନ ପଡ଼ିଥିବାରୁ ଅଞ୍ଚଳ ର ୨୬ ଜଣ ବୃଦ୍ଧବୃଦ୍ଧା ମାନଙ୍କୁ ଘର କୁ ଆମନ୍ତ୍ରଣ କରି କରିଥିଲେ ଏବଂ ଅତ୍ୟନ୍ତ ଅସହାୟ ୧୪ ଜଣଙ୍କ ଘର କୁ ଯାଇ କମ୍ବଳ ବଣ୍ଟନ କରିଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଏହି କମ୍ବଳ ପାଇବା ପରେ ବୃଦ୍ଧବୃଦ୍ଧା ମାନେ ଗୁଣନିଧି ଙ୍କୁ ମଙ୍ଗଳକାମନା କରିଥିଲେ ।