ବୌଦ୍ଧ ଜିଲ୍ଲା ସିସିସି ଟ୍ରେନିଂ ସେଣ୍ଟର ରେ ତିନି ଦିନିଆ ଜୀବନ କୌଶଳ ଶିକ୍ଷା ତାଲିମ୍ ଶିବିର ଅନୁଷ୍ଠିତ

0
204

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୯/୧୨) : ବୌଦ୍ଧ ଜିଲ୍ଲା ସିସିସି ଟ୍ରେନିଂ ସେଣ୍ଟର ରେ ଜୀବନ କୌଶଳ ଶିକ୍ଷା (Life Skill Education) କୁ ନେଇ ଏକ ତାଲିମ୍ ଶିବିର ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ହାଇସ୍କୁଲ ର ଶିକ୍ଷକ ମାନେ ଯୋଗ ଦେଇଥିଲେ |

ବୌଦ୍ଧ ଜିଲ୍ଲା ସିସିସି ଟ୍ରେନିଂ ସେଣ୍ଟର ରେ ଶିକ୍ଷକ ମାନେ ଏହି ତାଲିମ୍ ଶିବିର ରୁ ତାଲିମ୍ ପାଇ ନିଜ ସ୍କୁଲ ରେ ଜୀବନ କୌଶଳ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦେଇ ପାରିବେ | ଏହି ଅବସରରେ ବୌଦ୍ଧ CDMO ଡ଼ା. ଅଭୟ ଦାସ, DPMO ଡ଼ା. ପ୍ରଦୋଷ ମହାପାତ୍ର, DMO ଡ଼ା. M.C ପ୍ରଧାନ, ADPMO ଡ଼ା.B.K.R.C. ହେମ୍ରନ, D.P.M. ରୂପକ ମହାପାତ୍ର ଏବଂ ଜିଲ୍ଲା ର DMHP ୟୁନିଟ ପ୍ରମୁଖ ଉପସ୍ଥିତ ରହି ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ |

ଏହି ପ୍ରଶିକ୍ଷଣ ରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ତାଙ୍କ ଜୀବନ କୌଶଳ କୁ କିପରି ଭାବେ ସୁସଜ୍ଜିତ କରିପାରିବେ ଓ ସୁରକ୍ଷିତ ରହିପାରିବେ ତାହା ଉପରେ କାର୍ଯ୍ୟକ୍ରମ ରେ ଶିକ୍ଷା ଦିଆ ଯାଇଥିବାର ସୂଚନା ଦେଇଛି ବୌଦ୍ଧ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ |