ଘରେ ପଶି ଯୁବକ ଙ୍କୁ ତଣ୍ଟି କାଟି ବିଭତ୍ସ ଭାବେ ହତ୍ୟା କରି ଦୁଇ ଅଭିଯୁକ୍ତ ଫେରାର

0
356

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗିର, (୧୭/୧୨) : ବଲାଙ୍ଗୀର ରେ ଘରେ ପଶି ଯୁବକ ଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯିବା ଘଟଣା ନେଇ ସ୍ତାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ ଦୁଇଜଣ ଯୁବକ ତାଙ୍କ ଘରେ ପଶି ଯୁବକ ଙ୍କ ତଣ୍ଟି କାଟି ଦେଇ ହତ୍ୟା କରି ମୃତାବସ୍ତାରେ ଛାଡି ଦେଇ ଘର କବାଟ ଖୋଲି ଚାଲିଯାଇଥିଲେ । ଦୁଇ ଜଣ ଯୁବକ ତାଙ୍କ ଘରେ ସେ ରହୁଥିବା କୋଠରୀ କୁ ଯାଇ ଭିତର ପଟୁ କବାଟ ବନ୍ଦ କରି ଉକ୍ତ ଦୁଇ ଅଭିଯୁକ୍ତ ତଣ୍ଟି କାଟି ଦେଇ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ଏପରିକି ଭିତରୁ ବନ୍ଦ ଥିବା କବାଟ ଖୋଲି ସେମାନେ ବାହାରି ଚାଲିଯାଇଥିବା ତାଙ୍କ ପିତା ଦେଖିଥିବା ପ୍ରକାଶ କରିଛନ୍ତି ।

ସହରର ଗାନ୍ଧିନଗର ପଡାର ଅରବିନ୍ଦ ସିଂ ନାମକ ଉକ୍ତ ୩୬ ବର୍ଷୀୟ ଯୁବକଙ୍କୁ ଏଭଳି କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ସାଇଣ୍ଟିକ ଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି । ଘଟଣା ଘଟିଥିବା ଗାନ୍ଧିନଗର ପଡା ସ୍ଥିତ ଉକ୍ତ ଘରୁ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
ମୃତ ଯୁବକଙ୍କ ବାପାଙ୍କ କହିବା ଅନୁସାରେ, ପୁଅ ଅରବିନ୍ଦଙ୍କ ଘର କବାଟ ଭିତର ପଟୁ ବନ୍ଦ ରହିଥିଲା। ବାପା କବାଟ ବାଡେଇ ଡାକିବା ପରେ ଦୁଇଜଣ ଯୁବକ କବାଟ ଖୋଲି ଦୌଡି ପଳାଇଥିଲେ । ଘଟଣାସ୍ଥଳରେ ଏସଡିପିଓ, ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ନେଇ ଏସଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।