ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ତଥା ବାର୍ଷିକ ସାଧାରଣ ପରିଷଦ ବୈଠକ

0
214

ରିପୋର୍ଟ : ସୁଶାନ୍ତ ବେହେରା //
ଭୁବନେଶ୍ୱର, (୨୦/୧୨) : ଆଜି ଭୁବନେଶ୍ୱର ଜୟଦେବ ଭବନରେ ଓଡିଶା ସାମ୍ବାଦିକ ସଂଘର (OJU) ସାଧାରଣ ବାର୍ଷିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାରଡ଼ା ବିଧାୟକ ରାଜ କିଶୋର ଦାସ, ମୁଖ୍ୟ ବକ୍ତା ନାଇଜର ର କୂଳ ସଚିବ ଡ଼ଃ. ଅଭୟ କୁମାର ନାୟକ, ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଅଶୋକ କୁମାର ନନ୍ଦ, ରାଜ୍ୟ ସମ୍ପାଦକ ଶଶୀଭୁଷଣ ପ୍ରହରାଜ, କୋଷାଧକ୍ଷ ଅରୁଣ କୁମାର ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ଅବସର ପ୍ରାପ୍ତ ଆଇଏଏସ ରବି ନାରାୟଣ ନନ୍ଦ ଓ ଓଡିଶା ରାଜ୍ୟର ପ୍ରାୟ ୨୬ ଟି ଜିଲ୍ଲା ର ସଂଘର ସାମ୍ବାଦିକ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ |bd 1 ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ତଥା ବାର୍ଷିକ ସାଧାରଣ ପରିଷଦ ବୈଠକ

ଶ୍ରୀନିବାସ ରାଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ମଞ୍ଚାସିନ ଅତିଥି ସ୍ବର୍ଗତ ପ୍ରଭାତ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଳ ଦେଇ ଶ୍ରୀ ଦାସ ଓ କରୋନାରେ ଦେହାନ୍ତ ହୋଇଥିବା ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସତଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଇଣ୍ଡିଆ ଜର୍ଣ୍ଣାଲିଷ୍ଟ ୟୁନିୟନର ସାଧାରଣ ସମ୍ପାଦିକା ସାବିନା ଇନ୍ଦ୍ରଜିତ ନିଜର ମତ ଦେବା ସହ ନୂତନ ରାଜ୍ୟ ଓ଼ଜେୟୁ ର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ | ରାଜ୍ୟ ଓ଼ଜେୟୁର ସଭାପତି ଭାବେ ଶଶୀଭୁଷଣ ପ୍ରହରାଜଙ୍କ ନାମ ଘୋଷଣା କରାଯାଇଥିଲା |