ଅଡବା ଥାନା ର ପାଣି ଗଣ୍ଡା ଜଙ୍ଗଲ ଜମି ୭୨ ଏକର ରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ

0
186

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧୨) : ଗଜପତି ଜିଲ୍ଲାର ଅଡବା ଥାନା, ରା. ଉଦୟଗିରି ,ମୋହନା ଓ ନୂଆଗଡ ଥାନା ଅଞ୍ଚଳ ର ଶହ ଶହ ଏକର ଜଙ୍ଗଲ ଜମିରେ ବ୍ୟାପକ ଭାବେ ଲୋକେ ଗଞ୍ଜେଇ ଚାଷ କରୁଛନ୍ତି । 

ବିଭିନ୍ନ ଥାନାରେ ଗଦା ଗଦା କେସ ମଧ୍ୟ ରୁଜୁ ହୋଇ ଆସମୀ ଙ୍କୁ ଜେଲ୍ ପଠା ଯାଉଛି । ବ୍ୟାପକ ଚୋରା ଗଞ୍ଜେଇ ଚାଲାଣ, ଧର ପଗଡ଼ ଚାଲିଛି । ଗତକାଲି ଅଡବା ଥାନା ଅନ୍ତର୍ଗତ ପନିଗଣ୍ଡା ଗ୍ରାମ୍ୟ ଜଙ୍ଗଲ ରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି । ପୋଲିସ,ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଏ ଡି ପି ଓ , ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ୭୨ ଏକର ଗଞ୍ଜେଇ ଚାଷ କୁ ଉପାଡ଼ି ପଡା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି ଟଙ୍କା ରୁ ଅଧିକ ହେବ ବୋଲି ଥାନା ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।