ଲୋଇସିଂହା ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ

0
119

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୦/୧୨) : ବଲାଙ୍ଗୀର ଜିଲ୍ଲା ର ଲୋଇସିଂହା ଥାନା ଆଇଆଇସି ରମାକାନ୍ତ ଜେନାଙ୍କ ବଲାଙ୍ଗିର ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି ହେବା ପରେ ଏଠାରେ ନୂତନ ଥାନାଧିକାରୀ ଭାବେ ସଂଗ୍ରାମ କେଶରୀ ପଟ୍ଟନାୟକ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଚାଲିଥିବା ଅବାଧ ଦେଶୀ ମଦ କାରବାର, ସଟ୍ଟା ଓ ବେଆଇନ ଗୋ ଚାଲାଣ କୁ ରୋକାଯିବା ଦିଗରେ ପ୍ରାଥମିକତା ଦେଇ ପଦକ୍ଷେପ ନିଆଯିବ ବୋଲି ଲୋଇସିଂହା ଥାନା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ସାମ୍ବାଦିକ ମାନଙ୍କ ସହିତ ଏକ ଅନୌପଚାରିକ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ।