ସରକାରଙ୍କ ଦୁର୍ନୀତି ଅଭିଯୋଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ

0
218

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୧/୧୨) : ଆଜି ରାୟଗଡା ଜିଲ୍ଲା ଭାଜପା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଏବଂ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ କାଶୀପୁର ବ୍ଲକରେ ସରକାରଙ୍କ ଦୁର୍ନୀତି ଅଭିଯୋଗରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ସରକାରଙ୍କ ଦୁର୍ନୀତି ଅଭିଯୋଗରେ ଏହି ସମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଧେଶ୍ୟ ହଉଛି କାଶୀପୁର ବ୍ଲକରେ ଯୋଉ ପ୍ରକାର ଦୁର୍ନୀତି, ଅନିୟମିତତା ଯଥା ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅବହେଳା, ଉତ୍କଳ ଆଲୁମିନା ର ସ୍ଥାନୀୟ ଉନ୍ନତିକରଣରେ ଅବହେଳା, ବନ୍ଧ ଥିବା ଆଇ.ଟି.ଆଇ କଲେଜ ପୁନରସ୍ଥାପନ, ମହାବିଦ୍ୟାଳୟ ସ୍ଥାପନ, ରାସ୍ତା ଘାଟ, ସରକାରୀ ଯୋଜନାରେ ଅବହେଳା ଆଦି ସମସ୍ୟାକୁ ନେଇ ଗର୍ଜିଲେ ସଭାପତି ଶ୍ୟାମ ଦାସ । ସ୍ଥାନୀୟ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ କୃଷ୍ଣ ମହାପାତ୍ର ଉପରେ ମଧ୍ୟ ସାଙ୍ଘାତିକ ଅଭିଯୋଗ କରିଛନ୍ତି ।5d041f13 4128 43e5 bd54 e5ad0e269dfc ସରକାରଙ୍କ ଦୁର୍ନୀତି ଅଭିଯୋଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା ମଧ୍ୟ ବିଭିନ୍ନ ସମସ୍ୟାକୁ ବିସ୍ତୃତ ଭାବରେ କହି ସରକାର ସ୍ଥାନୀୟ ବିଧାୟକଙ୍କୁ ଦୃଢ଼ ନିନ୍ଦା କରିଛନ୍ତି । ଆଉ ଆଗାମୀ ଦିନରେ ଏ ସବୁ ସମସ୍ୟାର ସମାଧାନ ଯଦି ନ ହୁଏ ତେବେ ଆଗାମୀ ଦିନରେ କାଶୀପୁରରେ ଜୋରଦାର ଆନ୍ଦୋଳନ ହବ ବୋଲି ଶ୍ରୀ ଦାସ କହିଛନ୍ତି । ଉକ୍ତ କାର୍ଯ୍ୟ କ୍ରମରେ ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ଶ୍ୟାମ କୁମାର ଦାଶ, ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା, ମଣ୍ଡଳ ସଭାପତି ଭରତ ଲେଙ୍କା, ଜିଲ୍ଲା ବିଜେପି ସମ୍ପାଦକ ଚନ୍ଦ୍ର ଶେଖର ଖରା, ବରିଷ୍ଠ ନେତା ଉମା ଶଙ୍କର ନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି କୃଷ୍ଣ ଚନ୍ଦ୍ର ଗୌଡ଼, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ଲିଙ୍ଗରାଜ ନାଏକ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ବିଜୟ ବିଡ଼ିକା ପ୍ରମୁଖ ଉପସ୍ଥିତ ଥିଲେ ।