ପାରଳାଖେମୁଣ୍ଡି ସହର ପାଇଁ ବାଇପାସ୍ ରୋଡ ଓ ଟାଉନ ହଲ୍ ନିର୍ମାଣ ପାଇଁ ସମୀକ୍ଷା

0
317

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୧/୧୨) : ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ସହର ର ଆୟତନ ଓ ଜନସଂଖ୍ୟାକୁ ଦେଖି ବହୁଦିନ ରୁ ଦାବୀ ହୋଇ ଆସୁଥିବା ବାଇପାସ୍ ରୋଡ ଓ ଟାଉନ୍ ହଲ୍ ପାଇଁ ଖୋଦ୍ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ନିଜେ ସମୀକ୍ଷା କରିଛନ୍ତି ବୋଲି ଜଣାଯାଇଛି ।a54900d5 7e54 42d2 9d75 63e3df794463 ପାରଳାଖେମୁଣ୍ଡି ସହର ପାଇଁ ବାଇପାସ୍ ରୋଡ ଓ ଟାଉନ ହଲ୍ ନିର୍ମାଣ ପାଇଁ ସମୀକ୍ଷା

ପ୍ରକାଶ ଥାଉ କି ଦୀର୍ଘ ଏକ ଦଶନ୍ଧି ଧରି ପାରଳା ଜନସାଧାରଣ ଙ୍କ ଦାବୀ ଓ ଆଗାମୀ ଦିନକୁ ଆଖି ଆଗରେ ରଖି ପାରଳାଖେମୁଣ୍ଡି ସହର ପାଇଁ ବାଇପାସ୍ ରୋଡ ଓ ଟାଉନ୍ ହଲ୍ ନିର୍ମାଣ ଦାବୀ ହୋଇ ଆସୁଥିଲା । ଏହି ବାଇ ପାସ୍ ରୋଡ କୁତୁଣି ଠାରୁ ରଣିପେଣ୍ଠା ପର୍ଯ୍ୟନ୍ତ ହେବ ଓ ବେତଗୁଡ଼ା ଠାରେ ଏକ ଟାଉନ୍ ହଲ୍ ନିର୍ମାଣ ପାଇଁ ପାରଳା ତହସିଲଦାର ଅଚ୍ୟୁତାନନ୍ଦ ଜନି ମ୍ୟାପ ଦେଖାଇ ଜିଲ୍ଲାପାଳ ଙ୍କୁ ଯାଗା ଚିହ୍ନଟ କରି ଦେଖାଇଛନ୍ତି । ଜିଲ୍ଲାପାଳ କାର୍ଯ୍ୟ ର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।