ଫେବୃଆରୀରେ ଦେଶରେ ଓମିକ୍ରନ ଆଣିବ ତୃତୀୟ ଲହର : ଆଇଆଇଟି କାନପୁର

0
163

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୫/୧୨) : ଫେବୃଆରୀରେ ଦେଶରେ ଓମିକ୍ରନ ଆଣିବ ତୃତୀୟ ଲହର । ଆସନ୍ତା ଫେବୃଆରୀ ୩ ତାରିଖରେ କୋଭିଡ୍ ସଂକ୍ରମଣ ସବୁଠୁ ଅଧିକ ରହିବ । ଏଭଳି ପୂର୍ବାନୁମାନ କରିଛନ୍ତି ଆଇଆଇଟି କାନପୁର ର ଗବେଷକମାନେ ।

କରୋନା ର ଏହି ନୂଆ ଭ୍ୟାରିଆଂଟ ଭାରତରେ ତୃତୀୟ ଲହର ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଆଇଆଇଟି କାନପୁର ର ରିପୋର୍ଟ ମୁତାବକ, ଏବେକା ର କୋଭିଡ୍ ଟ୍ରେଣ୍ଡ ଅନୁସାରେ ଡିସେମ୍ବର ମଧ୍ୟ ଭାଗରୁ ସଂକ୍ରମଣ ବଢିବା ଆରମ୍ଭ ହୋଇ ସାରିଛି । ଫେବୃଆରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ରିପୋର୍ଟରେ କୁହାଯାଇଛି ।

ଆଇଆଇଟି କାନପୁର ର ଗବେଷକମାନେ ଗୁସିଆନ ମିକ୍ଚର ପରିସଂଖ୍ୟାନ ଟୁଲ ବ୍ୟବହାର କରି ତୃତୀୟ ଲହର ପୂର୍ବାନୁମାନ କରିଛନ୍ତି । ଗବେଷକମାନେ ଭାରତ ର ପ୍ରଥମ ଏବଂ ଦ୍ୱିତୀୟ ଲହର ଏବଂ ନିକଟରେ ବିଭିନ୍ନ ଦେଶରେ ଓମିକ୍ରନ ସଂକ୍ରମଣ ର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତିି । ଗବେଷକଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରଥମ କୋଭିଡ ସଂକକ୍ରମ ର ୭୩୫ ଦିନ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ ରହିବ ।

୨୦୨୦ ଜାନୁଆରୀ ୩୦ ରେ ଦେଶରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ହିସାବକୁ ନେଲେ ଡିସେମ୍ବର ୧୫ ତାରିଖରୁ ଦେଶରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି ଏବଂ ଫେବୃ୍ରଆରୀ ୩ ତାରିଖରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେବେ ବୋଲି ଗବେଷକମାନେ କହିଛନ୍ତି । ଆଇଆଇଟି କାନପୁର ର ଗଣିତ, ପରିସଂଖ୍ୟାନ ବିଭାଗ ର ଗବେଷକମାନେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।