ହିମାଳୟ ର କେଦାରକଣ୍ଠା ପାହାଡ଼ ଅରୋହଣ କଲେ ସାତ ଜଣ ଓଡ଼ିଆ

0
172

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୩/୧୨) : ୧୦ ଡିସେମ୍ବର ସକାଳ ୬.୩୦ ରେ ୧୨, ୫୦୦ ଫୁଟ ଉଚ୍ଚତା ବିଶିଷ୍ଠ ହିମାଳୟ ର କେଦାରକଣ୍ଠା ପାହାଡ଼ ଶୀର୍ଷରେ -10°c ରୁ -12°c ହାଡ଼ ଭଙ୍ଗା ଶୀତରେ କଳିଙ୍ଗ ଡେୟାରଡେଭିଲସ ଏବଂ ଥ୍ରୀଲୋଫିଲିଆ ର ମିଳିତ ଆନୁକୂଲ୍ୟ ରେ ଚୟନ ହୋଇଥିବା ଦେଶ ତଥା ଦେଶ ବାହାରୁ ୧୭ ଜଣ ପ୍ରତିଭା ଜାତୀୟ ପତାକା ଉଡ଼ାଇ ଥିଲେ ।

ହିମାଳୟ ର କେଦାରକଣ୍ଠା ପାହାଡ଼ ଅରୋହଣକାରୀଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଥିଲେ । ବାହାରିନ ଦେଶ ରୁ ଜଣେ ସଦସ୍ୟ, କେରଳ ରୁ ୪ ଜଣ, ପଞ୍ଜାବ ରୁ ୨, କର୍ଣ୍ଣାଟକ ରୁ ଜଣେ ଏବଂ ନୂଆଦିଲ୍ଲୀ ରୁ ଦୁଇ ଜଣ ସଦସ୍ୟ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ କଳିଙ୍ଗ ଡେୟାରଡେଭିଲସ ର ସଭାପତି ଡ.ସତ୍ୟପୀର ପଧାନ ଭୁବନେଶ୍ୱର ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିବା ସହିତ ନେତୃତ୍ୱ ମଧ୍ୟ ନେଇଥିଲେ । ବଲାଙ୍ଗୀର ରୁ ଡ. ଛବିଲାଲ ମେହେର, କଳାହାଣ୍ଡିରୁ ଡ.ଯୋଗେଶ୍ୱର ନାଏକ, ପ୍ରଭାତ କୁମାର ମହାନ୍ତି, ଜିତେନ୍ଦ୍ର ସାହୁ, ନବରଙ୍ଗପୁର ରୁ ପ୍ରଦୀପ କୁମାର ସିଂହ୍ନ।, ସୁନ୍ଦରଗଡ଼ ରୁ ବିଶ୍ଵକର୍ମା ସିଂହ ପ୍ରମୁଖ ଚଢ଼ାଲି ଦଳ ର ସଦସ୍ୟ ଥିଲେ ।

ସାତ ତାରିଖ ସକାଳୁ ଆରୋହଣ ପାଇଁ ଉତ୍ତରାଖଣ୍ଡ ରାଜ୍ୟ ର ସାଂକ୍ରି ଗ୍ରାମ ରୁ ଯାତ୍ରା ଆରମ୍ଭ ହୋଇଥିଲା । ଦୀର୍ଘ ଚାରି ଦିନ ବରଫ ର ପାହାଡ଼ ରେ ଚାଲିବା ପରେ ଦଶ ତାରିଖ ମଧ୍ୟରାତ୍ର ୨.୩୦ରେ ଶେଷ ଶିଖରରେ ପହଞ୍ଚିବା ପାଇଁ ସର୍ବନିମ୍ନ ତାପମତ୍ରା ର ପୋଷାକ ଏବଂ ସମସ୍ତ ଉପଯୋଗୀ ଉପକରଣ ସହିତ ସାହସିକତା ର ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସକାଳ ୬.୩୦ ସମୟ ରେ ପାହାଡ଼ ର ଶିଖରରେ ପହଞ୍ଚି ଦେଶ ଆଉ ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ସାତ ଜଣ ଓଡ଼ିଆଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମ କୁ ପ୍ରୋଶାହନ ନିମନ୍ତେ ହାଇଟେକ୍ ଗ୍ରୁପ ର ଚେୟାରମେନ ଡ.ତିରୁପତି ପାଣିଗ୍ରାହୀ ଭୁବନେଶ୍ୱର ରୁ ଦିଲ୍ଲୀ ଯାଏ ବିମାନ ର ବ୍ୟବସ୍ଥା କରିଥିଲେ ।