ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ୱାରା ବିନିକା ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
193

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା,(୨୮/୧୧) : ଗରିବଙ୍କ ସ୍ୱାସ୍ଥ୍ୟ ର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନ କରିଛନ୍ତି ବୋଲି ଆଜି ବିନିକା ଏନଏସି ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରି ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି lWhatsApp Image 2021 11 29 at 8.50.53 AM ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ୱାରା ବିନିକା ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ଥାନୀୟ ଏନଏସି କମ୍ୟୁନିଟି ସେଣ୍ଟର ସମ୍ମୁଖରେ ବୀରମହାରାଜପୁର ଉପ ଜିଲ୍ଲାପାଳ ତଥା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପ୍ରଶାସକ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ ମେଳାରେ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରି ପ୍ରତି ପରିବାର ବାର୍ଷିକ ୫ ଲକ୍ଷ ଓ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ପାଇପାରିବେ ବୋଲି କହିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ବିଡ଼ିଓ ବ୍ୟାସଦେବ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ଉପସ୍ଥିତ ଥିଲେ l ସଭାକୁ ଶିକ୍ଷକ ହିମାଂଶୁ ଭୁଷଣ ପଣ୍ଡା ସଂଯୋଜନା କରିଥିଲେ । ସୂଚନା ଯୋଗ୍ୟ ଯେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦର ବିନିକା କମ୍ୟୁନିଟି ସେଣ୍ଟର, ଡଭଲା, ଜବଦା ଓ ଜୁହ୍ନାପଡ଼ା ଆଦି ୪ ଟି କେନ୍ଦ୍ରରେ ୩୪୫୩ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରା ଯାଉଥିବା ବେଳେ ୧୫,୭୬୫ଜଣ ଲୋକ ଏହାର ସୁବିଧା ପାଇବେ ।

ଏହା ପୂର୍ବରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ଏହି ବ୍ଲକ ଅଧିନସ୍ଥ ମହାଦେବପାଲି ଓ ବାଉଁଶୁଣୀ ପଞ୍ଚାୟତରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ।