ରକ୍ଷକ ଯଦି ଭକ୍ଷକ ସାଜେ ଗୁହାରି କରିବା କାହାକୁ ? ବନ ରକ୍ଷକଙ୍କ କାରନାମା

0
192

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୯/୧୨) : ନିଜେ ବନ ରକ୍ଷକ ହୋଇ ନିଜ ସରକାରୀ ବସ ଭବନର ୪ ଟି ଗଛ କାଟିବାକୁ ଯୋଜନା କରି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବିଷୟ ଚହଳ ସୃଷ୍ଟି କରିଛି ।bd 3 ରକ୍ଷକ ଯଦି ଭକ୍ଷକ ସାଜେ ଗୁହାରି କରିବା କାହାକୁ ? ବନ ରକ୍ଷକଙ୍କ କାରନାମା

କଥାଟି ହେଲା କାଶୀନଗର ବ୍ଲକର ଖଣ୍ଡବା ଗ୍ରାମରେ ରହୁଥିବା ବନ ରକ୍ଷକ ଅଶୋକ ନିମଳା ନିଜ ସରକାରୀ ବସ ଭବନ ଆଗରେ ରହିଥିବା ବହୁ ପୁରୁଣା ୪ଟି ଗଛ କୁ ମୂଳରୁ କାଟି ଦେବା ପାଇଁ ଯୋଜନା କରୁଥିଲେ । ଏହା ଦେଖି ଗ୍ରାମ ବାସି ମାନେ ପ୍ରତିରୋଧ କଲେ । ତଥାପି ସେମାନଙ୍କ କଥା ନ ମାନି ପୁନର୍ବାର ଗଛ କାଟିବାକୁ ଜିଦ୍ ଧରି ଗଛ କାଟିବାରୁ ଗ୍ରାମବାସୀ ଗଣମାଧ୍ୟମ କାଶୀନଗର ଫରେଷ୍ଟର ଓ ରେଞ୍ଜରଙ୍କୁ ଫୋନ୍ ଯୋଗେ ଜଣାଇବାରେ ଫରେଷ୍ଟର ଧର୍ମରଜ୍ ମିସଲ ଓ ରେଞ୍ଜର ଘଟଣା ସ୍ଥଳରେ ପହଞ୍ଚି ବନ ରକ୍ଷକଙ୍କୁ ତାଗିଦକରିଥିବା ଜଣାଯାଇଛି । ଏହାପରେ ଗ୍ରାମବାସୀ ଶାନ୍ତ ପଡ଼ିଥିଲେ । ଯଦି ଜଣେ ବନ ରକ୍ଷକ ଏଭଳି କାମ କରିବେ ତାହା ହେଲେ ସାମାନ୍ୟ ଅଶିକ୍ଷିତ ଲୋକଟି କଣ କରିବ ।