ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚର ବୈଠକ ଅନୁଷ୍ଠିତ

0
185

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୩୧ / ୧୨) : ଗତକାଲି ସ୍ଥାନୀୟ ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହର ସ୍ଥିତ ବଂଶଧାରା ପାଠାଗାର ଠାରେ ଗ୍ରାହକ ଅଧିକାର ସୁରକ୍ଷା ମଂଚ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ବଂଶଧାରା ପାଠାଗାର ଠାରେ ଗ୍ରାହକ ଅଧିକାର ସୁରକ୍ଷା ମଞ୍ଚ ର ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ସମ୍ପାଦକ ଲୋକନାଥ ପୂର୍ବ ବୈଠକ ର ବିବରଣୀ ର ପାଠ କରିଥିଲେ । ଏହି ବୈଠକ ରେ କାଶୀନଗର ୟୁନିଟ ସଭାପତି ଶ୍ରୀ ରାଜେଶ୍ ପଟ୍ଟନାୟକ ଯୋଗ ଦେଇଥିଲେ । ଖାଉଟି ର ଅଧିକାର ଓ ସୁରକ୍ଷା ସମ୍ପର୍କରେ ଶ୍ରୀ ପ୍ରଶାନ୍ତ ମିଶ୍ର ବୁଝାଇଥିଲେ । ଏହି ବୈଠକ ରେ ବହୁ କୃଷକ ନେତା ଯୋଗ ଦେଇଥିଲେ ବୋଲି କାଶୀନଗର ୟୁନିଟ ସଭାପତି ଶ୍ରୀ ରାଜେଶ୍ ପଟ୍ଟନାୟକ ସୂଚନା ଦେଇଥିଲେ ।