ସୁମିତଙ୍କ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ : ମାସକୁ ୧୭ ହଜାର ଟଙ୍କା ଦେବେ ସୁମିତ୍

0
129
ସୁମିତଙ୍କ ବ୍ରହ୍ମାନଗର ଘରେ

ରିପୋର୍ଟ : ସୁଭାସିସ ନାୟକ
ବ୍ରହ୍ମପୁର, (୦୫/୦୧) : ବ୍ରହ୍ମପୁର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ଜିଲ୍ଲା ଜଜଙ୍କ ବଡ ରାୟ । ଡାକ୍ତର ସୁମିତଙ୍କ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ । ଉଭୟ ଏକାଠି ରହିବେ । କିନ୍ତୁ ଡାକ୍ତର ସୁମିତ ତପସ୍ୱିନୀଙ୍କ ଭରଣ ପୋଷଣ ପାଇଁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଦେବେ । ଏପରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୋର୍ଟ ।

ଯଦିଓ ତପସ୍ୱିନୀ ସୁମିତଙ୍କ ବ୍ରହ୍ମାନଗର ଘରେ ରହିବେ ହେଲେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ରହୁଥିବାରୁ ସୁମିତ ତାଙ୍କ ପତ୍ନୀଙ୍କୁ ମାସକୁ ୧୭ ହଜାର ଟଙ୍କା ଦେବାକୁ ହେବ ବୋଲି ଜିଲ୍ଲା କୋର୍ଟ କହିଥିବା ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ଅନ୍ୟପଟେ ଏହି ମାମଲାରେ ଜିଲ୍ଲାପାଳ, ଏସପି ଏବଂ ପ୍ରଶାସନ ତପସ୍ୱିନୀଙ୍କୁ ନେଇ ସୁମିତଙ୍କ ଘରେ ଛାଡିବେ ବୋଲି ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି । ସେହିପରି ଦୁଇ ଜଣ ରହିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶନାମା କୁ ଉଲ୍ଲଂଘନ କରିପାରିବେନି ବୋଲି ସେ କହିଛନ୍ତି ।

ସେ ପଟେ କୋର୍ଟଙ୍କ ରାୟ ଶୁଣିବା ପରେ ଖୁସିରେ କାନ୍ଦିଛନ୍ତି ତପସ୍ୱନୀ । ତପସ୍ୱିନୀ କହିଛନ୍ତି, ଧର୍ମ ର ଜୟ ହୋଇଛି, ସତ୍ୟ ର ଜୟ ହୋଇଛି । ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ ବୋଲି ତପସ୍ୱିନୀ କହିଛନ୍ତି । ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍ ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ ।

୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖି ନ ଥିବାରୁ, ଉପାୟ ନ ପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ ।

ଶେଷରେ ସ୍ୱାମୀ ଓ ସ୍ତ୍ରୀଙ୍କ କଳି କୋର୍ଟରେ ପହଞ୍ଚିଥିଲା । କୋର୍ଟ ମାମଲା କୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘରଠାରୁ ବାହାରେ ରହିବା ପାଇଁ ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍ ରେ ୭ ଦିନ ଧରି ରହିଥିଲେ । ହେଲେ କଳି ସମାଧାନ ହୋଇ ନ ଥିଲା । ୭ ଦିନ ପରେ ହଠାତ୍ ସୁମିତ କେଉଁ ଆଡେ଼ ଚାଲି ଯାଇଥିଲେ । ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ ।