ଓକିଲ ସଂଘର ଜରୁରୀକାଳୀନ ବୈଠକ : ମହିଳା ସମ୍ପର୍କିତ କେସ ସ୍ଥାନାନ୍ତର କୁ ବିରୋଧ

0
172

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,କୋଟପାଡ଼,(୨୫/୦୭) : କୋଟପାଡ଼ ଓକିଲ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହାଇକୋର୍ଟର ନିର୍ଦ୍ଦେଶ ମୁତାବକ ମହିଳା ସମ୍ପର୍କିତ ମୋଟ ୧୧୨ ଟି ମାମଲା ଜୟପୁର ମହିଳା କୋର୍ଟକୁ ସ୍ଥାନାନ୍ତର ସମ୍ପର୍କରେ ବିଚାର କରାଯାଇଥିଲା ।WhatsApp Image 2021 07 25 at 9.45.26 AM ଓକିଲ ସଂଘର ଜରୁରୀକାଳୀନ ବୈଠକ : ମହିଳା ସମ୍ପର୍କିତ କେସ ସ୍ଥାନାନ୍ତର କୁ ବିରୋଧ

ଓକିଲ ସଂଘର ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୋଟପାଡ଼ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବୋରିଗୁମ୍ମା ବ୍ଲକ ଉପାଧ୍ୟକ୍ଷ, କୋଟପାଡ଼ ବ୍ଲକ ର ଦୁଇ ଜୋନର ଜିଲ୍ଲା ପରିଷଦ ସଭ୍ୟ,ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ସର୍ବସମ୍ମତିକ୍ରମେ କେସ ଗୁଡିକୁ ସ୍ଥାନାନ୍ତର କୁ ବିରୋଧ କରି ଲିଖିତ ଭାବେ ମାନ୍ୟବର ହାଇକୋର୍ଟ,କଟକ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଆଇନ ମନ୍ତ୍ରୀ, ମାନ୍ୟବର ସ୍ଥାନୀୟ ମନ୍ତ୍ରୀ ତଥା ମାନ୍ୟବର ନବରଙ୍ଗପୁର ସାଂସଦ ଙ୍କୁ ଅବଗତ କରାଇଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘ ର ଉପସଭାପତି ଶ୍ରୀ ପ୍ରଦୀପ ବକ୍ସି,ସମ୍ପାଦକ ଶ୍ରୀ ଗୁପ୍ତ କୈଳାଶ ମହାନ୍ତି, ସହସମ୍ପାଦକ ଶ୍ରୀ ଶଙ୍କର ପ୍ରସାଦ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ମୁକ୍ତେଶ୍ଵର ନାୟକ,କାର୍ଯ୍ୟକାରୀ ସଭ୍ୟ ଶ୍ରୀ ରାଜେନ୍ଦ୍ର ପ୍ରସାଦ ନାୟକ ,ଶ୍ରୀମତୀ ବିଦ୍ୟୁତଲତା ବକ୍ସି,ପୂର୍ବତନ ସଭାପତି ଶ୍ରୀ ଜିତେନ୍ଦ୍ରନାଥ ମହାପାତ୍ର,ଶ୍ରୀ ପଙ୍କଜ କୁମାର ପାତ୍ର,ଶ୍ରୀ ରାମେଶ୍ୱର ଜେନା,ଶ୍ରୀ ପ୍ରଦୀପ ବକ୍ସି,ଶ୍ରୀ ବିରେନ ବିଶୋଇ, ଶ୍ରୀ ଦୁର୍ଗା ପ୍ରସାଦ ସାହୁ,ଶ୍ରୀ ହରିଶଚନ୍ଦ୍ର ପଟନାୟକ,ଶ୍ରୀ ଜ୍ଞାନେନ୍ଦ୍ରନାଥ ପଟ୍ଟନାୟକ,ଶ୍ରୀମତୀ ନିମେଶ୍ୱରୀ ପଟ୍ଟନାୟକ,ଶ୍ରୀ ଖଗପତି ପାତ୍ର, ଶ୍ରୀ ଲିଙ୍ଗରାଜ ନାୟକ,ଶ୍ରୀ ଘନଶ୍ୟାମ ବିଶୋଇ,ଶ୍ରୀ ଜଗଦୀଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।