ସ୍ୱାଧିନତା ସଂଗ୍ରାମରେ ସକ୍ରୀୟ ଭୂମିକା ନେଇଥିବା ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ

0
132
ସ୍ୱାଧିନତା ସଂଗ୍ରାମରେ ସକ୍ରୀୟ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୩/୦୧) : ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜୟନ୍ତୀ । ଏଥିଲାଗି ସାରା ରାଜ୍ୟରେ ସ୍ୱାଧିନତା ସଂଗ୍ରାମରେ ସକ୍ରୀୟ ଭୂମିକା ନେଇଥିବା ଏହି ବୀରପୁତ୍ରଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜନ୍ମସ୍ଥାନ ସମ୍ବଲପୁର ର ଖିଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଛି । ସେହିପରି ସମ୍ବଲପୁର ସହର ର ଜେଲ୍ ଛକ ନିକଟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି ।

୨୩ ଜାନୁଆରି ୧୮୦୯ ରେ ଜନ୍ମଗ୍ରହଣ କରିଥିବା ବୀର ସୁରେନ୍ଦ୍ର ସାଏ ୨୮ ଫେବ୍ରୁଆରି ୧୮୮୪ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜଙ୍କ ବିରୋଧରେ ସ୍ୱାଧିନତା ସଂଗ୍ରାମରେ ସକ୍ରୀୟ ଭୂମିକା ନିଭାଇଥିଲେ ସୁରେନ୍ଦ୍ର ସାଏ । ଖିଣ୍ଡା ବଂଶୀୟ ଦେବାନ ବଳରାମ ସାଏଙ୍କୁ ରାଜଗାଦି ରୁ ଇଂରେଜମାନେ ହଟାଇବା ପରେ, ସେହି ବଳରାମ ସାଏଙ୍କ ପରାମର୍ଶରେ ସୁରେନ୍ଦ୍ର ସାଏ ବ୍ରିଟିଶ ଶାସକଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।

ତେବେ ୧୮୩୭ ରେ ବାରପାହାଡ଼ ଗୁମ୍ଫାରେ ବିଶ୍ରାମ ନେବାବେଳେ ସୁରେନ୍ଦ୍ରଙ୍କୁ ଇଂରେଜମାନେ ଆକ୍ରମଣ କରିଥିଲେ । ଏଥିରେ ଆହତ ହୋଇ ସୁରେନ୍ଦ୍ର ସେଠାରୁ ଖସି ପଳାଇଥିଲେ । ୧୮୪୦ ରେ ରାମପୁର ରାଜବାଟୀକୁ ଆକ୍ରମଣ କରି ଧ୍ୱଂସ କରିଥିଲେ । ପରେ ପରେ ୧୮୫୭ ସିପାହୀ ବିଦ୍ରୋହରେ ସାମିଲ ହୋଇଥିଲେ ସୁରେନ୍ଦ୍ର ସାଏ । ଇଂରେଜଙ୍କ ବିରୋଧରେ ଗରିଲା ଯୁଦ୍ଧ କରିଥିଲେ ସୁରେନ୍ଦ୍ର ସାଏ । ତେବେ ୧୮୬୨ ରେ ଇଂରେଜଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ସୁରେନ୍ଦ୍ର । ୧୮୬୪ ରେ ସେ ଜେଲରେ ମୁକ୍ତ ହୋଇଥିଲେ ।