ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜ ଗୋଲାମ ହେବେନି ବୋଲି ଛାଡିଥିଲେ ICS ଚାକିରି

0
144
ନେତାଜୀ ସୁଭାଷ ଚନ୍ଦ୍ର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୩/୦୧) : ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ନେତାଙ୍କର ନେତା । ସେଇଥିପାଇଁ ତାଙ୍କୁ ସମସ୍ତେ ନେତାଜୀ ବୋଲି ଡାକୁଥିଲେ । ଏହି ମହାନ୍ ଦେଶପ୍ରେମୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ସହର ର ଓଡିଆ ବଜାରରେ ରେ ଜନ୍ମଗ୍ରହଣ କରିଥିଲେ ।WhatsApp Image 2022 01 23 at 10.56.31 AM 2 ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜ ଗୋଲାମ ହେବେନି ବୋଲି ଛାଡିଥିଲେ ICS ଚାକିରି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପାଙ୍କ ନାମ ଜାନକୀନାଥ ବୋଷ ଓ ମାଆଙ୍କ ନାମ ପ୍ରଭାବତୀ ଦେବୀ । ତାଙ୍କ ବାପା ଥିଲେ ପେସାରେ ଜଣେ ଆଇନଜୀବୀ । ସେ ସମୟରେ ସେ ଥିଲେ ଜଣେ ସରକାରୀ ଓକିଲ । ବ୍ରିଟିଶ ସରକାରଙ୍କ ପାଇଁ କେସ୍ ଲଢୁଥିଲେ । ତାଙ୍କ ବାପା ଓକିଲାତି ପେସାରେ ବହୁତ ବ୍ୟସ୍ତ ରହୁଥିଲେ । ସୁଭାଷ ଥିଲେ ତାଙ୍କ ବାପା ମାଆଙ୍କର ନବମ ସନ୍ତାନ ଓ ଷଷ୍ଠ ପୁଅ । ୧୯୦୨ ମସିହାରେ ସୁଭାଷ କଟକ ବାପ୍ଟିଷ୍ଟ ମିଶନ ସ୍କୁଲରେ ପାଠପଢା ଆରମ୍ଭ କରିଥିଲେ । ଏହି ସ୍କୁଲରେ ସେ ଇଂରାଜୀ ମିଡିୟମରେ ପାଠ ପଢୁଥିଲେ ।

ତାଙ୍କ ବାପା ଚାହୁଁଥିଲେ, ତାଙ୍କ ପିଲାମାନେ ଭଲ ଇଂରାଜୀ ଲେଖନ୍ତୁ ଓ କୁହନ୍ତୁ । ଏହା ପରେ ୧୯୦୯ ମସିହାରେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ ସୁଭାଷ । ଛାତ୍ରାବସ୍ଥାରୁ ସେ ସମାଜସେବା ପ୍ରତି ଆକୃଷ୍ଟ ହୋଇଥିଲେ । ମାଆଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଆଧ୍ୟାତ୍ମିକ ଭାବଧାରାରେ ଉଦବୁଦ୍ଧ ହୋଇଥିଲେ । ସେ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ଆଦର୍ଶ ବୋଲି ମାନୁଥିଲେ । ତାଙ୍କର ମନୋବଳ ଦୃଢ ଥିଲା ।

କଟକରେ ରହିବା ବେଳେ ହିଁ ଦେଶର ସ୍ୱାଧୀନତା କଥା ତାଙ୍କ ମନକୁ ଆସିଥିଲା । ପରେ ସେ କୋଲକତା ର ପ୍ରେସିଡେନ୍ସୀ କଲେଜରେ ନାମ ଲେଖାଇଥିଲେ । ଏହି କଲେଜରେ ପାଠ ପଢିବା ବେଳେ ଜଣେ ପ୍ରଫେସର ଭାରତୀୟ ସଂସ୍କୃତି କୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ଏହି ଘଟଣାରେ ସୁଭାଷ ଓ ତାଙ୍କର କେତେଜଣ ସାଥୀ ଏହି ପ୍ରଫେସର ଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା । ବର୍ଷକ ପରେ ସେ ଅନ୍ୟ ଏକ କଲେଜରେ ଆଡମିଶନ ନେଇଥିଲେ ଓ ସ୍ନାତକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏହାପରେ ସେ ତାଙ୍କ ବାପାଙ୍କ ଇଚ୍ଛାରେ ଲଣ୍ଡନ ଯାଇ ଇଣ୍ଡିଆନ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ପ୍ରଥମ ପରୀକ୍ଷା ସଫଳତାର ସହ ପାସ୍ କରିଥିଲେ । ତେବେ ଫାଇନାଲ୍ ପରୀକ୍ଷା ବେଳକୁ ସେ ପରୀକ୍ଷା ଦେବାକୁ ଅମଙ୍ଗ ହୋଇଥିଲେ । ଗୋଟିଏ ଚେନରେ ବନ୍ଧା ହୋଇ କେବେ ଜଣେ ଦେଶର ସେବା ଠିକ୍ ଭାବେ କରିପାରିବ ନାହିଁ ବୋଲି ସେ ତାଙ୍କ ବାପା ଓ ବଡ ଭାଇଙ୍କୁ ଜଣାଇ ଦେଇଥିଲେ । ତା’ ପରେ ସେ ଭାରତ ଫେରି ଆସିଥିଲେ ।WhatsApp Image 2022 01 23 at 10.56.31 AM ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂରେଜ ଗୋଲାମ ହେବେନି ବୋଲି ଛାଡିଥିଲେ ICS ଚାକିରି

ସେ ଭେଟିଥିଲେ ଜାତି ର ପିତା ମହାତ୍ମା ଗାନ୍ଧୀଙ୍କୁ । ଯୋଗ ଦେଇଥିଲେ ସ୍ୱାଧୀନତା ସଂଗ୍ରାମରେ । ୧୯୨୩ ମସିହାରେ ସେ ସର୍ବ ଭାରତୀୟ ଯୁବ କଂଗ୍ରେସ ର ସଭାପତି ଓ ବେଙ୍ଗଲ କଂଗ୍ରେସ ର ସଂପାଦକ ହୋଇଥିଲେ । ପରେ ଭାରତୀୟ କଂଗ୍ରେସ ର ସଭାପତି ହୋଇଥିଲେ । ତେବେ ଅହିଂସା ଉପରେ ସ୍ୱାଧୀନତା ସମ୍ଭବ ନୁହେଁ ବୋଲି କହିବାରୁ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ତାଙ୍କର ମତଭେଦ ହୋଇଥିଲା । ଏହା ପରେ ସେ କଂଗ୍ରେସରୁ ଅଲଗା ହୋଇ ଫରୱାର୍ଡ ବ୍ଲକ ଗଠନ କରିଥିଲେ ଓ ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧ ଦେହୀ ଡାକରା ଦେଇଥିଲେ ।

ବଦଳାଇ ଦେଇଥିଲେ ଇତିହାସ ର ମୋଡ । ମୋତେ ରକ୍ତଦିଅ ମୁଁ ସ୍ୱାଧୀନତା ଦେବି ବୋଲି ଡାକରା ଦେଇ ସେ ଆଜାଦ୍ ହିନ୍ଦ ଫୌଜ ଗଠନ କରିଥିଲେ । ବିଦେଶ ଯାଇ ବ୍ରିଟିଶରଙ୍କୁ ଚ୍ୟାଲେ଼ଞ୍ଜ କରିଥିଲେ । ସେମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲେ । ତେବେ ୧୯୪୫ ମସିହାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ପ୍ରଚାରିତ ହୋଇଥିଲା । ତେବେ ଏହା ସତ ନା ମିଛ, ସେ ନେଇ ବିବାଦ ରହିଛି । ତେଣୁ ନେତାଜୀଙ୍କର ଜନ୍ମଦିନ ପାଳନ କରାଯାଏ, କିନ୍ତୁ ତାଙ୍କର ଶ୍ରାଦ୍ଧ ଦିବସ ପାଳନ କରାଯାଏ ନାହିଁ । ଏହି ମହାନ ଯୋଦ୍ଧା ଥିଲେ ଓଡିଶା ତଥା ଭାରତର ଜଣେ ସୁଯୋଗ୍ୟ ସନ୍ତାନ ।