ନିର୍ବାଚନ ଲଢ଼ିବେ ନିର୍ଭୟା ଓକିଲ ସୀମା କୁଶଓ୍ୱାହ

0
171
ନିର୍ବାଚନ ଲଢ଼ିବେ

ରିପୋର୍ଟ : ସୁଭାସିସ ନାୟକ
ଲକ୍ଷ୍ନୌ, (୨୪/୦୧) : ବହୁଚର୍ଚ୍ଚିତ ନିର୍ଭୟାକାଣ୍ଡ ର ଓକିଲ ସୀମା କୁଶଓ୍ୱାହ ଏବେ ରାଜନୀତିରେ ପାଦ ଥାପିଛନ୍ତି । ନିର୍ବାଚନ ଲଢ଼ିବେ ନିର୍ଭୟା ଓକିଲ ସୀମା କୁଶଓ୍ୱାହ । ଗତ କାଲି ସେ ବହୁଜନ ସମାଜପାର୍ଟି (ବିଏସପି) ରେ ସାମିଲ ହୋଇଛନ୍ତି ।

ୟୁପି ବିଧାନସଭା ନିର୍ବାଚନୀ ମଇଦାନ କୁ ଓହ୍ଲାଇ ପାରନ୍ତି ସୀମା । ବିଏସପି ପକ୍ଷରୁ ସୀମା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ସୀମା ହେଉଛନ୍ତି ସୁପ୍ରିମ କୋର୍ଟ ର ଜଣେ ଚର୍ଚ୍ଚିତ ଓକିଲ । ନିର୍ଭୟା ପୀଡ଼ିତାଙ୍କ ପାଇଁ ଲଢ଼ି ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସୀମାଙ୍କୁ ବେଶ ସଂଘର୍ଷ କରିବାକୁ ପଡ଼ିଥିଲା । ନିର୍ଭୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଫାଶିଖୁଣ୍ଟ ଝୁଲିବା ପର୍ଯ୍ୟନ୍ତ ସୀମା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ।

ଲକ୍ଷ୍ନୌରେ ବିଏସପି ମୁଖ୍ୟ ମାୟାବତୀ ଏବଂ ଜାତୀୟ ସମ୍ପାଦକ ସତିଶ ଚନ୍ଦ୍ର ମିଶ୍ରାଙ୍କ ଉପସ୍ଥିତିରେ ସୀମାଙ୍କୁ ଦଳରେ ସ୍ୱାଗତ କରାଯାଇଛି । ସମାଜ ର ଅବହେଳିତ ଏବଂ ନିଷ୍ପେଶିତ ବର୍ଗଙ୍କ ପାଇଁ କାମ କରିବାର ଅଭିଳାସ ନେଇ ସେ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ସୁପ୍ରିମକୋର୍ଟ ର ଓକିଲ ବ୍ୟତୀତ ସୀମା ନିର୍ଭୟା ଜ୍ୟୋତି ଟ୍ରଷ୍ଟ ନାମକ ଏକ ସଙ୍ଗଠନ ର ଗଠନ କରିଛନ୍ତି । ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟତା ପାଇଁ ଏହି ଟ୍ରଷ୍ଟ ର ଆଭିମୁଖ୍ୟ ହୋଇଥିବା ବେଳେ ସେ ଏହି ଅଭିଯାନ ଜାରି ରଖିଛନ୍ତି ।

ସେହିପରି ନିର୍ଭୟା ବ୍ୟତୀତ ହାଥରସ୍‌ ମାମଲାରେ ମଧ୍ୟ ସେ ଓକିଲ ଭାବେ ପ୍ରତିନିଧିତ୍ୱ କରିଥିଲେ । ସୂଚନା ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୨୦୧୨ ରେ ନିର୍ଭକାକାଣ୍ଡ ଘଟିଥିଲା । ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ଏକ ଚଳନ୍ତା ବସରେ ଅତି ବୀଭତ୍ସ ଭାବେ ଗଣ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା । ସେହିପରି ୨୦୨୦ ସେପ୍ଟେମ୍ବରରେ ୟୁପି ର ହାଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିଲା ।