ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ମୁନିଗା ଗଛରେ ଓହଳିଛି ଏଲଟି କେବୁଲ ବିଦ୍ୟୁତ ତାର

0
461
ବିଦ୍ୟୁତ ବିଭାଗ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୪/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ର ଜଗନ୍ନାଥପୁର କଲୋନୀ ସାହି ର ମୁନିଗା ଗଛରେ ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ  ବିଦ୍ୟୁତ ତାର ଗୁଡ଼ାଯାଇଥିବା ଦେଖିବାକୁ ମିଳିଛି ।

ଜଗନ୍ନାଥପୁର କଲୋନୀ ସାହିରେ ବହୁଦିନ ଧରି ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯାଇଥିଲା ତାହା ବର୍ଷା ପବନ ହେବା ଯୋଗୁଁ ଅଚାନକ ଖୁଣ୍ଟଟି ଉପାଡି ଯାଇଥିଲା । ଏହାକୁ ବିଦ୍ୟୁତ ବିଭାଗ ଜାଣି ଏଲଟି କେବୁଲ ବିଦ୍ୟୁତ ତାର ଉକ୍ତ ଖୁଣ୍ଟରୁ ବାହାର କରି ନିକଟରେ ଥିବା ମୁନିଗା ଗଛରେ ଗୁଡାଇ ଦେଇ ଛାଡି ଦେଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗ କୁ ବାରମ୍ବାର ଜଣାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ଆଣି ରଖୀ ଦେଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ବିଦ୍ୟୁତ ଖୁଣ୍ଟ ନପୋତି ଛାଡି ଦେଇଛନ୍ତି ।cdc15566 82e8 44fa 8784 ffc6345e0246 ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ମୁନିଗା ଗଛରେ ଓହଳିଛି ଏଲଟି କେବୁଲ ବିଦ୍ୟୁତ ତାର

ଯଦି କେତେ ବେଳେ ତାର ଛିଣ୍ଡି ମୁନିଗା ଗଛରେ ଲାଗିଯିବ ସେତେ ବେଳେ କୌଣସି ବାଟୋଇ ଉକ୍ତ ଗଛ ସଂସ୍ବର୍ଷ ରେ ଆସିଲେ କେଉଁ ପରିସ୍ଥିତି ଆସିବ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ନୂତନ ଖୁଣ୍ଟ ପୋତି ମୁନିଗା ଗଛରୁ ତାର ବାହାର କରି ସଂଯୋଗ କରିବାକୁ ସାଧାରଣରେ ଦାବୀ ହେଉଥିବା ଶୁଣିବାକୁ ମିଳୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ବିକ୍ରମ କେଶରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂତନ କୁଣ୍ଠ ପୋତି ସଜାଡ଼ି ଯିବ ବୋଲି କହିଛନ୍ତି ।