ବି.ବି.ଟି. ଗ୍ରାଉଣ୍ଡ ରେ ଅନୁଷ୍ଠିତ ସିଜନ୍ ୪ କ୍ରିକେଟ୍ ଟୁର୍ନାମେଣ୍ଟରେ ବି.ବି.ଟି. ଡ୍ରାଗନ୍ ବିଜୟୀ

0
203

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡ଼ା,(୨୫/୦୭) : ରାୟଗଡ଼ାର ବି.ବି.ଟି ଗ୍ରାଉଣ୍ଡ ରେ ଅନୁଷ୍ଟିତ ସିଜନ୍ ୪ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି, ଆଜିର ଅନ୍ତିମ ଦିନର ଖେଳରେ ବି.ବି.ଟି କ୍ରିଏଜ୍ ହଣ୍ଟର ଓ ବି.ବି.ଟି ଡ୍ରାଗନ୍ ଟିମ୍ ମଧ୍ୟରେ ହୋଇଥିଲା ।

ଆଜି ବି.ବି.ଟି. ଗ୍ରାଉଣ୍ଡ ରେ ଟଚ୍ ଜିତି ପ୍ରଥମେ ବି.ବି.ଟି ଡ୍ରା ଗନ୍ ଟିମ୍ ସମୁଦାୟ ବାର ଓଭର୍ ପାଞ୍ଚଟି ବଲ୍ ରେ ୧୨୧ ରନ୍ କରିଥିଲେ ଏଇ ରନ୍ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ବି.ବି.ଟି କ୍ରିଏଜ୍ ହଣ୍ଟର ଦଶ ଓଭର ରେ ମାତ୍ର ୫୨ ରନ୍ କରି ଅଲ୍ ଆଉଟ୍ ହୋଇଥିଲେ ।ବି.ବି.ଟି. ଗ୍ରାଉଣ୍ଡ ରେ

ବିଜେତା ଟିମକୁ ଟ୍ରଫି ସହ ୧୨ ହଜାର ଟଙ୍କା ଦିଆ ଯାଇଥିଲା ସେଇଭଳି ରନର୍ ଟିମକୁ ୮ ହଜାର ଏବଂ ଦ୍ଵିତୀୟ ରନର୍ ଟିମ୍ କୁ ଟ୍ରଫି ସହ ୩ ହଜାର ଟଙ୍କା ଦିଆ ଯାଇଥିଲା । ଏହି ଟୁର୍ନାମେଣ୍ଟ ପକ୍ଷରୁ ମେନ୍ ଅଫ୍ ଦି ସିରିସ୍ ଏବଂ ମେନ୍ ଅଫ୍ ଦି ମେଚ୍ ଟିକିନା ସେଠି ଙ୍କ ନାମ ଘୋଷଣା କରାଯାଇ ତାଙ୍କୁ ଟ୍ରଫି ପ୍ରଦାନ କରାଗଲା ।

ଏହି ଅନ୍ତିମ ଦିନର ଖେଳରେ ଶ୍ରୀ ସନ୍ତୋଷ ଦଳେଇ , ଶ୍ରି ପ୍ରକାଶ ପଟ୍ଟନାୟକ, ଓ ରାମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ ।