ରାମଗଡ଼ ପଞ୍ଚାୟତରୁ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଅପ୍ରତିଦ୍ବନ୍ଦି ସମିତିସଭ୍ୟ

0
457
ରାମଗଡ଼ ପଞ୍ଚାୟତରୁ

ରିପୋର୍ଟ : ସୁଶାନ୍ତ ବେହେରା //
ଧଳପୁର, (୨୫/୦୧) : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏଵେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସରଗରମ ଥିବା ବେଳେ ବ୍ଲକ ର ରାମଗଡ଼ ପଞ୍ଚାୟତରୁ ଅପ୍ରତିଦ୍ବନ୍ଦି ସମିତି ସଭ୍ୟ ପ୍ରାର୍ଥୀ ଆଜି ଘୋଷଣା ହୋଇଛି |

ସୂଚନା ଅନୁଯାଇ ରାମଗଡ଼ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ବିଜୁଳି ମଲ୍ଲିକ, ରଶ୍ମିତା ମଲ୍ଲିକ, ରିତାରାଣୀ ନାୟକ ଓ ଲଷ୍ମୀ ନାଏକ ୪ ଜଣ ମହିଳା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ | ୪ ଜଣ ମଧ୍ୟରୁ ୨ ଜଣଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିବା ବେଳେ ଆଜି ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତିହାର କରିଛି | ତେଣୁ ଏହି ପଂଚାୟତରୁ ବିନା ପ୍ରତିଦ୍ବନ୍ଦୀରେ ରଶ୍ମିତା ମଲ୍ଲିକ ସମିତି ସଭ୍ୟା ପ୍ରାର୍ଥୀ ଭାବେ ବିବେଚିତ ହୋଇଛନ୍ତି | କୁମାରୀ ମଲ୍ଲିକ ରାମଗଡ ର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଆଗକୁ ପଂଚାୟତ ବାସୀଙ୍କ ସୁଖ ଦୁଃଖରେ ସହାଭାଗୀ ହୋଇ ଆଗାମୀ ୫ ବର୍ଷ ପାଇଁ ନିସ୍ଵାର୍ଥ ପର ଭାବେ ପଂଚାୟତ ବାସୀଙ୍କ ସେବା କରିବି ବୋଲି ସୂଚନା ଦେଇଛନ୍ତି |