କୋରାପୁଟ ସଦର ମହକୁମା ଠାରେ ଅଭିବାଦନ ଗ୍ରହଣ କଲେ ଅବ୍ଦାଲ ମ. ଅଖତାର

0
229
କୋରାପୁଟ ସଦର ମହକୁମା

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୨୬/୧) : ଆଜି ପୂର୍ବାହ୍ନରେ କୋରାପୁଟ ସଦର ମହକୁମା ଠାରେ ଗଣତନ୍ତ୍ର ଦିବସ ସମାରୋହରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ମ.ଅଖତାର ପତାକା ଉନ୍ମୋଚନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ।

ଏଥି ସହ କୋରାପୁଟ ସଦର ମହକୁମା ଠାରେ କୋଭିଡ ଯୋଦ୍ଧା ମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନିତ କରାଯାଇଛି । ସମ୍ମାନିତ ବ୍ୟକ୍ତି ମାନେ ହେଲେ ପ୍ରଣୟ ରଞ୍ଜନ ବେହେରା (ବିଡିଓ,ବୋରିଗୁମ୍ମା), ଚିନ୍ମୟୀ ଦାଶ (ଏ.ଏନ୍.ଏମ୍.), ସୁଶୀଳା ଦାଶ (ଆଶା), ମାହେଶ୍ଵରୀ ଦାଶ (ଅଙ୍ଗନବାଡି,କୁନ୍ଦୁରା ବ୍ଲକ୍), ଧରମୁ ହରିଜନ (କୋଟପାଡ ଏନ୍ ଏ ସି), ବିଶ୍ବନାଥ ପ୍ରସାଦ (ଡ୍ରାଇଭର,ଜୟପୁର ମ୍ୟୁନିସିପାଲିଟି), ମଣି ଜାନି (କୋରାପୁଟ ମ୍ୟୁନିସିପାଲିଟି), ଚୈତନ୍ୟ ହିଆଲ(ସୁନାବେଡା ମ୍ୟୁନିସିପାଲିଟି) ଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି ।d22d6f30 9cf9 4519 be83 88345878ee2a କୋରାପୁଟ ସଦର ମହକୁମା ଠାରେ ଅଭିବାଦନ ଗ୍ରହଣ କଲେ ଅବ୍ଦାଲ ମ. ଅଖତାର

ଆଲୋକ ସଜ୍ଜା ପ୍ରତିଯୋଗିତାରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, କୋରାପୁଟ ପ୍ରଥମ ହୋଇଥିବା ବେଳେ କୋରାପୁଟସ୍ଥ ପ୍ରଥମ ସ୍ବତନ୍ତ୍ର ଭାରତୀୟ ସଂରକ୍ଷଣ ବାହିନୀ ଦ୍ବିତୀୟ ତଥା ଉପଜିଲ୍ଲାପାଳ, କୋରାପୁଟ ଓ ଜିଲ୍ଲା ମଙ୍ଗଳ ଅଧିକାରୀ, କୋରାପୁଟଙ୍କ କାର୍ଯ୍ୟାଳୟ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସମ୍ମାନିତ କରାଯାଇଥିବା ଜଣା ପଡିଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ତଥା ସତ୍ୟ ନାରାୟଣ ପ୍ରଧାନ ଡି.ଆଇ.ପି.ଆର୍.ଓ. ଙ୍କ କାର୍ଯ୍ୟାଳୟ ତରଫରୁ ସହଯୋଗିତା କରିଥିବା ଜଣାପଡିଛି ।