ସହୀଦ ପୀଠରେ ସାଧାରଣତନ୍ତ୍ର ଦିବସ ପାଳିତ

0
384
ସହୀଦ ପୀଠରେ

ରିପୋର୍ଟ : ଅକ୍ଷୟ ପୀଡ଼ିସିକା //
କଲ୍ୟାଣସିଂହପୁର, (୨୬/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସହୀଦ ପୀଠରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିନ କରାଯାଇଛି । ଏ ଅବସରରେ ୯ଟା ସମୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ସୁଧାକର ରଇତଙ୍କ ଦ୍ଵାରା ପତାକା ଉତ୍ତୋଳନ କରିଥିଲେ ।

ଏଥିରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ର ସମେତ ବ୍ଲକ କର୍ମଚାରୀ, ଓ ଗ୍ରାମବାସୀ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ । ୮ଟା ସମୟରେ ବିନିଶପୁର ସହୀଦ ପୀଠରେ ବିନିଶପୁର ଗାଁର ବୟୋଜ୍ୟେଷ୍ଠ ଗରିଆ ୱାଡ଼କା ଙ୍କ ଦ୍ଵାରା ପତାକା ଉତ୍ତୋଳନ କରିଥିଲେ । ଇଂରେଜ ଶାସନ କାଳରେ ୭ ଜଣ ରାମସିଂ କାଡ୍ରାକା, ଝୁମୁକା ବିଡିକା, ସାରୁ ତିଆକା, ଜାମା ପିଡ଼ିସିକା ୱିରାକାଡ୍ରାକା ସମେତ ୨ଟି ଶିଶୁ ଙ୍କୁ ହତ୍ୟା କରିଥିଲେ । ତାଙ୍କ ଶ୍ରୁତି ଗାନ କରିଥିଲେ । ଜଣେ ପଠାଣ ସମ୍ପ୍ରଦାୟର ସେକ ମହମ୍ମଦ କାଶୀମ (ଚାଚା)ପ୍ରାୟ ଦୁଇ ବର୍ଷ ହେବ ପତାକା ଉତ୍ତୋଳନ କରିଆସୁଛନ୍ତି ।

ସେ ଅସହାୟ ବୟସ୍କ ବ୍ୟକ୍ତିଙ୍କୁ ମୁକ୍ତ ଅର୍ଣ୍ଣ ଦେଇଆସୁଛି । ଉକ୍ତ କେନ୍ଦ୍ରଠାରେ ବୟୋଜ୍ୟେଷ୍ଠ ଗୋଦାଲି କାଶୀ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରିଥିଲେ ।ବ୍ଲକର ପ୍ରତ୍ୟେକ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନରେ ପ୍ରଧାନ ଶିକ୍ଷକ, କ୍ଳବ, ତହସିଲ କାର୍ଯ୍ୟାଳୟ ତହସିଲଦାର ଦେବାଶିଷ କର, ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ଶାଖା ପରିଚାଳକ ବିନୟ ପୁରୋହିତ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚିନ୍ମୟ ଲିମା, ବନାଞ୍ଚଳ କାର୍ଯ୍ୟାଳୟରେ ରେଞ୍ଜର ଚନ୍ଦନ ଗମାଙ୍ଗ, ଥାନା ଅଧିକାରୀ ସୁକୁମା ହାଂସୁଦ, ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଭି କ୍ରିଷ୍ଣା ରାଓ, ପୋଷ୍ଟ ଅଫିସ ରେ ବେହେରା, ମହାବିଦ୍ୟାଳୟରେ ଅଧକ୍ଷ ଯୋଗେଶ୍ୱର ଗରଡ଼ା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । କୋବିଡ଼ ମହାମାରିକୁ ଆଖିଆଗରେ ରଖି ମୁଖରେ ତୁଣ୍ଡି, ସାମାଜିକ ଦୂରତା ରେ ରହି ପତାକା ଉତ୍ତୋଳନ କରିଥିଲେ ।