ବିଜେପି ଦେଶ ର ସବୁଠାରୁ ଧନୀ ରାଜନୀତିକ ଦଳ : ତୃତୀୟ ସ୍ଥାନକୁ ଖସିଲା କଂଗ୍ରେସ

0
150
ବିଜେପି ଦେଶ ର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୯/୦୧) : ବିଜେପି ଦେଶ ର ଅନ୍ୟ ସବୁ ରାଜନୀତିକ ଦଳ ଗୁଡ଼ିକୁ ପଛରେ ପକାଇ ଧନୀ ତାଲିକା ର ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ବିଜେପିର ସମ୍ପତ୍ତି ଠାରୁ ଅନ୍ୟ ସବୁ ରାଜନୀତିକ ଦଳ ଗୁଡ଼ିକ ଯଥେଷ୍ଟ ପଛରେ ରହିଛନ୍ତି ।

ବିଜେପି ଦେଶ ର ସବୁଠାରୁ ଧନୀ ରାଜନୀତିକ ଦଳ ହୋଇଥିବା ବେଳେ ଦେଶର ସର୍ବପୁରାତନ ଦଳ କଂଗ୍ରେସ ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଦଳ ଏବେ ଧନୀ ତାଲିକା ର ତୃତୀୟ ସ୍ଥାନକୁ ଖସି ଯାଇଛି । ମାୟାବତୀଙ୍କ ବିଏସ୍‌ପି ତାଲିକା ର ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୯- ୨୦ ଆର୍ଥିକ ବର୍ଷରେ ବିଜେପିର ମୋଟ ସମ୍ପତ୍ତି ର ମୂଲ୍ୟ ୪,୮୪୭.୭୮ କୋଟି ଟଙ୍କା ରହିଛି । ଏହା ପଛକୁ ବିଏସ୍‌ପି ର ସମ୍ପତ୍ତି ର ମୂଲ୍ୟ ୬୯୮.୩୩ କୋଟି ଓ କଂଗ୍ରେସ ୫୮୮.୧୬ କୋଟି ଟଙ୍କା ର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛି ।

ଦେଶର ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ ର ସମ୍ପତ୍ତି ଏବଂ ଆର୍ଥିକ ବୋଝ କୁ ବିଶ୍ଲେଷଣ କରି ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ ବା ଏ.ଡି.ଆର. ପକ୍ଷରୁ ଏପରି ରିପୋର୍ଟ ଜାରି କରାଯାଇଛି । ଏହି ରିପୋର୍ଟରେ ୨୦୧୯-୨୦ ଆର୍ଥିକ ବର୍ଷ ର ତଥ୍ୟ ରହିଛି । ରିପୋର୍ଟ ଅନୁଯାୟୀ, ଦେଶ ର ୭ ରାଜନୀତିକ ଦଳ ର ମୋଟ ସମ୍ପତ୍ତି ର ପରିମାଣ ୬,୯୮୮.୫୭ କୋଟି ଟଙ୍କା ।

ସେହିପରି ୪୪ ଟି ଆଞ୍ଚଳିକ ଦଳର ସମ୍ପତ୍ତିର ମୂଲ୍ୟ ୨,୧୨୯.୩୮ କୋଟି ଟଙ୍କା । ଜାତୀୟ ଦଳଗୁଡ଼ିକର ମୋଟ ସମ୍ପତ୍ତିର ୬୯.୩୭ % ଅର୍ଥାତ ୪୮୪୭.୭୮ କୋଟି ଟଙ୍କା ବିଜେପି ପାଖରେ ରହିଛି । ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧ନଂ ସ୍ଥାନରେ ରହିଛି । ଟପ୍‌ ୧୦ ଧନୀ ଆଞ୍ଚଳିକ ଦଳ ଗୁଡ଼ିକର ମୋଟ ସମ୍ପତ୍ତି ୨୦୨୮.୭୧୫ କୋଟି । ଅର୍ଥାତ ଏହା ମୋଟ ସମ୍ପତ୍ତି ର ୯୫.୨୭% ।

୨୦୧୯-୨୦ ଆର୍ଥିକ ବର୍ଷରେ ସମାଜବାଦୀ ପାର୍ଟି ର ମୋଟ ସମ୍ପତ୍ତି ର ମୂଲ୍ୟ ୫୬୩.୪୭ କୋଟି ରହିଥିବା ବେଳେ ଟିଆରଏସ୍‌ ର ୩୦୧.୪୭ କୋଟି ଓ ଏଆଇଏଡିଏମକେ ପାଖରେ ୨୬୭.୬୧ କୋଟି ର ସମ୍ପତ୍ତି ରହିଛି । ଏଫଡିଆର/ଫିକ୍ସଡ ଡିପୋଜିଟ ଆକାରରେ ସପା ର ୪୩୪.୨୧୯ କୋଟି ଟଙ୍କା ଥିବାବେଳେ, ଟିଆରଏସ୍‌ ର ୨୫୬.୦୧ କୋଟି, ଏଆଇଏଡିଏମକେ ର ୨୪୬.୯୦ କୋଟି, ଡିଏମକେ ର ୧୬୨.୪୨୫ କୋଟି, ଶିବସେନା ର ୧୪୮.୪୬ କୋଟି ଓ ବିଜେଡି ର ୧୧୮.୪୨୫ କୋଟି ଟଙ୍କା ରହିଛି ।